May 10, 2025

ସାଗରଗୁଁଆ ରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ।  

Share

 

ବୋଲଗଡ଼,୦୯/୦୫(ଉପାନ୍ତ ଖବର): ବୋଲଗଡ଼ ବ୍ଲକର ସାଗରଗୁଆଁ ରଘୁନାଥଦେବଙ୍କ ପୀଠ ସ୍ଥଳୀରେ ରେ ଅଷ୍ଟଦଶ ବାର୍ଷିକ ଶ୍ରୀ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମ ଉଦଯାପିତ ହୋଇଯାଇଛି । କଳିର ପାପ ତାପ ଖଣ୍ଡନ ଦେଶ ଓ ସମାଜର ଶାନ୍ତିପ୍ରତିଷ୍ଠା ପାଇଁ ବ୍ଯାସ ମଦନ ମୋହନ ଦାସମହାରାଜ ଏବଂ ଅନ୍ୟ ସାଧୁ-ସନ୍ଥମାନଙ୍କ ଦ୍ବାରା ଶ୍ରୀରାମ ଚରିତ ମାନସ ପାରାୟଣ ଓ ଘୃତଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥି ସହ ପ୍ରତେହ ସଂଧ୍ୟାରେ ପଣ୍ଡିତ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ସେବା ସମିତି ଆନୁକୂଲ୍ୟରେ ଏବଂ ସାଗରଗୁଆଁ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଉକ୍ତ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ଯକ୍ରମରେ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।