May 10, 2025

ଏମବିସି ଟି ଭି ର ୧୫ ତମ ସ୍ଵନକ୍ଷତ୍ର ଦିବସ ରେ ଗଜପତି ଜିଲ୍ଲା ର ଦୁଇ ଜଣ ଶିକ୍ଷକଙ୍କୁ ସମ୍ମାନୀତ…

Share

ମୋହନା(ଗଣେଶ ଚନ୍ଦ୍ର ବିଷୋୟୀ)ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ରେ ଏମବିସି

ଟିଭି ର ୧୫ ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଏମ ବି ସି ଟିଭି ର ଅଧ୍ୟକ୍ଷ ଡ଼ଃ.ବଦ୍ରିନାଥ ପଟ୍ଟନାୟକ ଙ୍କ ସମେତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ,ବରିଷ୍ଠ ବିଜେଡି ନେତା ଅରୁଣ ସାହୁଙ୍କ ସମେତ ବିଭିନ୍ନ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତି ରହିଥିଲେ।ଏହି କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ଜିଲ୍ଲାର ଶିକ୍ଷାବିତ୍ତ ମାନଙ୍କୁ ସମ୍ମାନୀତ କରାଯାଇଥିଲା ଏହି ଅବସରରେ ଗଜପତି ଜିଲ୍ଲା ର ଦୁଇ ଜଣ ଶିକ୍ଷକ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ଡିଗ୍ରୀ କଲେଜ ର ଆଧ୍ୟାପକ ପୁର୍ଣ ଚନ୍ଦ୍ର ତ୍ରିପାଠୀ ଏବଂ ସରକାରୀ ଏସ ଭି ଟି ହାଇସ୍କୁଲ ଗାରାବନ୍ଧ ର ପ୍ରଧାନ ଶିକ୍ଷକ ଵି.ତିରୁମାଲା ରାଓ ପଟ୍ଟନାୟକ ଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଜପତି ଜିଲ୍ଲା ର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଓ ଶ୍ରେଷ୍ଠ କଲେଜ ଅଧ୍ୟାପକ ଭାବେ ଇନ୍ଦିରା ମେମୋରିଆଲ ଡିଗ୍ରୀ କଲେଜ ଚାନ୍ଦିପୁଟ କୁ ସମ୍ମାନୀତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଜିଲ୍ଲାର ଏମବିସି ଟିଭି ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ଦୁଇ ପୁରସ୍କୃତ ଶିକ୍ଷକ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସଂସ୍ଥା କୁ ସାଧୁବାଦ ହେବା ସହ ଆଗାମୀ ଦିନରେ ନିଷ୍ଟାର ସହ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ଦୁଇ ଶିକ୍ଷକ ପ୍ରକାଶ କରିଥିଲେ ।