November 16, 2024
Share

*╭───────────────────╮*

*🌄ସକାଳର ଖବର, ୦୯-ମେ-୨୦୨୩, ମଙ୍ଗଳବାର*

*╰───────────────────╯*

•┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-୫-ଟି ସ୍କୁଲ ରୂପାନ୍ତରଣରେ ଭଲ କାମ କରୁଥିବା ଜିଲ୍ଲାକୁ ଦିଆଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ l ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

 

➡️୨-ରାଷ୍ଟ୍ରପତିଙ୍କ ଭାଷଣରେ ବିଦ୍ୟୁତ୍ କଟିବା ପ୍ରସଙ୍ଗରେ ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ l

 

➡️୩-ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନରେ ରୂପାନ୍ତରିତ ୪ଟି ଜିଲ୍ଲାର ୩୩୫ଟି ସ୍କୁଲ ହେଲା ଲୋକାର୍ପିତ l

 

➡️୪-ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ, ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ମିଳିଲା ଅନୁମୋଦନ l

 

➡️୫-ସରିଲା ନାହାକ ଚକ ନିର୍ମାଣ, ଗତକାଲି ବିଶ୍ୱର୍କମାମାନେ ଅଖ କାର୍ଯ୍ୟ କଲେ ଅନୁକୂଳ l ଭଉଁରୀ ଯାତ୍ରାରେ ହେବ ଚକ ଅଖ ଡେରା ।

 

➡️୬-ସରିଲା ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି କହିଲେ, ବାପାଙ୍କଠୁ ଅଧିକ ଭୋଟରେ ଜିତିବି

 

➡️୭-ପୁରୀରେ ଆରମ୍ଭ ହେଲା ଦୁଇଦିନିଆ ବିଶ୍ୱ ଜଳ ସମ୍ମିଳନୀ, ଓଡ଼ିଶାର ଜଳ ସମସ୍ୟା ଏବଂ ବିଭିନ୍ନ ନଦୀର ସ୍ଥିତି ସମ୍ପର୍କରେ ସେଥିରେ ଆଲୋଚନା କରାଯିବ।

 

➡️୮-ସମ୍ବଲପୁରରେ ପୁଣିଥରେ ଗୋଷ୍ଠୀ ସଂଘର୍ଷ, ଉଭୟ ଗୋଷ୍ଠୀର ୫ ଜଣ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଲା ପୋଲିସ l

 

➡️୯-ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ l ୨୫୩ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟିଂ l

 

➡️୧୦-ପୁଷ୍ପା-୨ ପାଇଁ ପ୍ରସ୍ତୁତି, ସୁଟିଂ ଲାଗି ମାଲକାନଗିରିରେ ପହଞ୍ଚିଲା ଲାଲ ଚନ୍ଦନକାଠ l

 

➡️୧୧-ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ଆଜି ହେବ ରିଲିଜ l ହେଲେ ରିଲିଜ ପୂର୍ବରୁ ଟ୍ରେଲର ଅନଲାଇନ୍‌ରେ ହେଲା ଲିକ୍‌ l

 

➡️୧୨-ରେକର୍ଡ କଲା ଭାରତୀୟ ରେଳ l ୨୦୨୩ ଏପ୍ରିଲ ମାସରେ କଲା ୧୨୬.୪୬ ମେଟ୍ରିକ୍ ଟନ୍‌ର ମାଲ ପରିବହନ l

 

➡️୧୩-ମଣିପୁର ହିଂସା ପୂରା ଦେଶକୁ କରିଦେଲା ସ୍ତବ୍ଧ l ୨ ହଜାରରୁ ବଢି ୨୦ ହଜାର ହେଲା ଫ୍ଲାଇଟ୍ ଟିକେଟ୍ ର ମୂଲ୍ୟ l

 

➡️୧୪-ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ୩୬ ଘଣ୍ଟାରେ ହେଲା ୨ ଥର ବିସ୍ଫୋରଣ, ଘଟଣାସ୍ଥଳରୁ ମିଳିଲା ସନ୍ଦିଗ୍ଧ ସାମଗ୍ରୀ ।

 

➡️୧୫-ବିହାରର ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା । ଏନଏସଏ ମାମଲାରେ ମିଳିଲାନି ଆଶ୍ୱସ୍ତି ।

 

➡️୧୬-ପୁଣି ବିବାଦରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ l ବିଶିଷ୍ଠ ଲେଖିକା ଈ. ଜିନ୍ କାରୋଲ ଟ୍ରମ୍ପଙ୍କ ନାଁରେ କଲେ ଦୁଷ୍କର୍ମ ଅଭିଯୋଗ ।

 

➡️୧୭-ବିସିସିଆଇକୁ ଚ୍ୟାଲେଞ୍ଜ୍ କରିବା ମହଙ୍ଗା ପଡ଼ିଲା l ପାକିସ୍ତାନ ବଦଳରେ ଶ୍ରୀଲଙ୍କାରେ ହୋଇପାରେ ଏସିଆ କପ୍ l

 

➡️୧୮-ଆଇପିଏଲର ୫୩ତମ ରୋମାଞ୍ଚକର ମୁକାବିଲାରେ ଶେଷ ବଲ୍‌ରେ ବାଜି ମାରିଲା କୋଲକାତା, ପଞ୍ଜାବକୁ ୫ ଓ୍ଵିକେଟ୍‌ରେ ହରାଇଲା l

 

➡️୧୯-ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ମହିଳା ହକି ଦଳ ଘୋଷିତ: ସବିତା ଅଧିନାୟିକା, ଦୀପଗ୍ରେସ ଉପଅଧିନାୟିକା l ଏହି ଗସ୍ତରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ।

 

➡️୨୦-ଇତିହାସ ରଚିଲେ ୟୁଜବେନ୍ଦ୍ର ଚହଲ, ସାଜିଲେ ଆଇପିଏଲ୍‌ର ନମ୍ବର-୧ ବୋଲର l

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

 

*🔅ଆଜି ରବୀନ୍ଦ୍ରନାଥ ଟାଗୋରେ ଜୟନ୍ତୀ ll*

*🔅ଆଜି ଜାତୀୟ ଶିକ୍ଷକ ଦିବସ ll*

 

*ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।*

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*