April 15, 2025

ବାଲେଶ୍ବର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୂରେସ ପୁଝାରୀ ।

Share

 

ବାଲେଶ୍ବର ( ଦେବାଶିଷ ଦାଶ )

ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲେଶ୍ବର ଜିଲ୍ଲାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ‌ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ,, ସଦର ବିଧାୟକ ମାନସ ଦତ୍ତ,, ନୀଳଗିରି ବିଧାୟକ ସୋନ୍ତଷ ଖଟୁଆ,, ବସ୍ତା ବିଧାୟକା ସୁବାସିନି ଜେନା,, ଭୋଗରାଇ ବିଧାୟକ ଗୋୖତମ ବୁଦ୍ଧ ଦାସ ,, ଜଳେଶ୍ଵର ବିଧାୟକ ଅଶ୍ଵିନୀ ପାତ୍ର ,, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ବା‌ଲେଶ୍ଵର ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ।

ଏହି ଅବସରରେ ବସ୍ତା ବିଧାୟକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ଓ ବାଲିଆପାଳ ତହସିଲର ମୋଟ୍ ୫୫ଟି ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତନ କରିବା ,, ବସ୍ତା ଏବଂ ବାଲିଆପାଳର ୧୪ ଗୋଟି ସ୍ଥାନରେ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ବ୍ଲକ୍ କୁ ଆସିଥିବା FDR Projects ଗୁଡ଼ିକରେ ପ୍ରକୃତ କ୍ଷୟକ୍ଷତି ହୋଇଥିବା ଅଞ୍ଚଳକୁ ବିଶେଷ ଧ୍ୟାନ ଦେବା ନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବସ୍ତା ବିଧାୟକା ସୁବାସିନି ଜେନା।।