କତାର୍ରେ ଓଡିଆ ଯୁବକ ମୃତ …
ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ ଏବଂ ଇରାନ ର ପାଲଟା ଆକ୍ରମଣ ଜାରି ରହିଛି l ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଗଞ୍ଜାମ ଜିଲ୍ଲା ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି l କତାର୍ ରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନାଇକାଣିପଲ୍ଲୀର କୁନା ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିବା ସୂଚନା। ଘରର ଋଣ ସୁଝିବାକୁ ସେ ୪ ମାସ ତଳେ କତାର୍ କୁ କାମ କରିବାକୁ ଯାଇଥିଲେ। ମୃତ ଶରୀର ନିଜ ଜନ୍ମମାଟିକୁ ଆଣିବାପାଇଁ ପରିବାର ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି l
