ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ପାଳନ କଲେ ଅନ୍ତର୍ଜାତୀୟ ମହିଳା ଦିବସ….

ତିର୍ତ୍ତୋଲ ୦୯/୦୩/୨୦୨୬,( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
କଥାରେ ଅଛି ” ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ ” l କେବଳ ଦେଶ ଆଗେଇ ନାହିଁ, ଆଗେଇଛି ମହିଳା ସଶକ୍ତିକରଣ l ଦେଶର ପ୍ରତି କୋଣରେ ପ୍ରତିଟି ବିଭାଗରେ ମହିଳା ମାନଙ୍କ ପାରଦର୍ଶିତା ବୃଦ୍ଧି ପାଇବାରେ ଲାଗିଛି l ଜଣେ ମହିଳା ମାଆ ଭାବରେ, ଭଉଣୀ ଭାବରେ ଏବଂ ସହଧର୍ମିଣୀ ଭାବରେ ଥାଇ ମଧ୍ୟ ଦେଶ ସେବାରେ ନିଜକୁ ସାମିଲ କରି ପାରିଛି l ସାମାଜିକ ନ୍ୟାୟିକ ବ୍ୟବସ୍ଥା ରେ ଯୋଗଦେଇ ବହୁ ଜନ କଲ୍ୟାଣ କାର୍ଯ୍ୟ କରି ଚାଲିଛି l ସେଥିପାଇଁ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଭା ସମିତି ମାଧ୍ୟମରେ ସଚେତନ ର ବାର୍ତ୍ତା ସର୍ବତ୍ର ଗୁଞ୍ଜରିତ ହେଉଛି l ଏପରି ମନ୍ତବ୍ୟ ଶୁଣିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପରିବାର ତୀର୍ଥ ଭାବେ ପରିଚିତ ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ l ଏହି ଉପଲକ୍ଷେ ଆୟୋଜିତ ସଭାକୁ ଉଦଘାଟନ କରିଥିଲେ ଶିଶୁ ଅନନ୍ତ ଆଶ୍ରମର ଅଧ୍ୟକ୍ଷ ପଦ୍ମଶ୍ରୀ ବାବା ବଳିଆ l ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ବାଇଁଙ୍କ ତତ୍ୱାବଧାନ ରେ ଆୟୋଜିତ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ଶିକ୍ଷକ ନେତା ତଥା ସଂସଦ ର ସଭାପତି ଅକ୍ଷୟ କୁମାର ଦାସ l ମଞ୍ଚ ପରିଚାଳନା ସଂସଦ ର ଉପସଭାପତି ଡଃ. ଅରୁଣ କୁମାର ପାଣି କରିଥିବା ବେଳେ, ମୁଖ୍ୟ ଅତିଥିଭାବେ ଥିଲେ ଜଗତସିଂହପୁର ଏସଭିଁଏମ କଲେଜ ର ଅବସରପ୍ରାପ୍ତ ଅଧ୍ୟକ୍ଷ ରବି ପ୍ରସନ୍ନ ସାହୁ,ମୁଖ୍ୟ ବକ୍ତା ଥିଲେ, ଜଣେ ଗାନ୍ଧିବାଦୀ ନେତା, ସମାଜସେବୀ, ବରିଷ୍ଠ ଆଇନଜୀବୀ ଡଃ. ବିଶ୍ୱଜିତ ସୂର୍ଯ୍ୟବଂଶୀ,ବାରେଣ୍ୟ ଅତିଥିଭାବେ ଥିଲେ ଯୁବସମାଜସେବୀ ବିକ୍ରମ କେଶରୀ ମହାନ୍ତି,ଏବଂ ବିଶ୍ୱହିନ୍ଦୁ ପରିଷଦ ର ସେବାପ୍ରମୁଖ ହେମନ୍ତ କୁମାର ଭାରଦ୍ୱାଜ l ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ,ଶସ୍ମିତା ପାଣି, ଦେବଦର୍ଶିନୀ ସାହୁ,ଅର୍ଗସ ନ୍ୟୂଜ ର ଗ୍ରାଫିକ ଡିଜାଇନର ନିବେଦିତା ମହାନ୍ତି,ପ୍ରିୟଦର୍ଶିନୀ ମହାନ୍ତି,ଗୀତାରାଣୀ ନାୟକ,ଉର୍ମିଳା କୁମାରୀ ସ୍ୱାଇଁ,ଦେବବାଳା ଶତପଥି ଏବଂ ଭୁବନେଶ୍ୱର ଏ.ଏସ.ଆଇ. ଅଫ ପୋଲିସ ଶର୍ମିଷ୍ଠା ନାୟକ l ଶତାଧିକ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ସଭା ଶୃଙ୍ଖଳାର ସହିତ ହୋଇଥିବା ବେଳେ ସମ୍ପାଦିକା ରାଜଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
