March 12, 2025

ରଥଯାତ୍ରା ପାଇବ ବିଶ୍ବ ଐତିହ୍ୟ ମାନ୍ୟତା, ୟୁନେସ୍କୋ ସ୍ବୀକୃତି ପାଇଁ ପ୍ରକ୍ରିୟା ଆରମ୍ଭ

Share

 

 

କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଚଳିତବର୍ଷ ୟୁନେସ୍କୋ ମାନ୍ୟତା ମିଳିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସଂସ୍କୃତି ବିଭାଗ ଜରିଆରେ ୟୁନେସ୍କୋକୁ ଚିଠି ଲେଖିଥିଲେ। ଆଉ ଚଳିତବର୍ଷ ଏହି ମାନ୍ୟତା ମିଳିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ଏନେଇ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବ । ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦିଲ୍ଲୀ ଯାଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦାଖଲ ହେବ ୨୦୨୪ ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା, ଅଣସର ନୀତିକାନ୍ତିର ଭିଡିଓ ଫୁଟେଜ । ରଥଯାତ୍ରାରୁ ନୀଳାଦ୍ରିବିଜେ ଯାଏଁ ନୀତିକାନ୍ତିର ଭିଡିଓ ଫୁଟେଜ ଦିଆଯିବ ।

 

ୟୁନେସ୍କୋର ସମସ୍ତ ସର୍ତ୍ତକୁ ପୂରଣ କରୁଛି ରଥଯାତ୍ରା

ମାନ୍ୟତା ମିଳିଲେ ବିଶ୍ବରେ ପାଇବ ସ୍ବତନ୍ତ୍ର ପରିଚୟ

 

ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା ବିଶ୍ବରେ ନିଆରା । ଏଭଳି ଯାତ୍ରା ଓ ୨୫ ଲକ୍ଷରୁ ଅଧିର ଭକ୍ତଙ୍କ ସମାଗମ ହେବା ନିଶ୍ଚିତ ଭାବେ ସ୍ବତନ୍ତ୍ର । କରୋନା କାଳରେ ସବୁ ଯାତ୍ରା ଓ ଉତ୍ସବକୁ ବନ୍ଦ କରାଯାଇଥିଲେ ବି ରଥଯାତ୍ରାକୁ ସେବାୟତଙ୍କ ଦ୍ବାରା କରାଯାଇଥିଲା । ପୁରୀ ରଥଯାତ୍ରା ୟୁନେସ୍କୋର ସବୁ ସର୍ତ୍ତକୁ ପାଳନ କରୁଥିବାରୁ ସଂସ୍କୃତି ବିଭାଗ ପକ୍ଷରୁ ୟୁନେସ୍କୋକୁ ଚିଠି ଲେଖାଯାଇଛି ।

 

ରଥଯାତ୍ରା ସର୍ବଧର୍ମ ସମନ୍ୱୟର ଯାତ୍ରା

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଅନନ୍ୟ ଓ ତଥ୍ୟଭିତ୍ତିକ

ତେଣୁ ଏଭଳି ବିରଳ ଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିଲେ ବିଶ୍ବରେ ରଥଯାତ୍ରାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ବିଶ୍ବରେ ୪୦ରୁ ଅଧିକ ଉତ୍ସବ ଓ ଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିଛି । ଆଉ ଆଗକୁ ଏଥିରେ ଯୋଡି ହେବାକୁ ଯାଉଛି ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ର ହେବାକୁ ଯାଉଛି ବିଶ୍ବର ଅନ୍ତର୍ଜାତୀୟ ଐତିହ୍ୟ କୀର୍ତ୍ତିରାଜି ସହର ।