April 29, 2026

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଏବଂ* ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ ମିଳିତ ଆନୁକୁଲ୍ୟ’ରେ ଆନ୍ତର୍ଜାତିକ ମହିଳା ଦିବସ….

WOMM
Share

ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପରିସର’ରେ “ପ୍ରଗତି ମହିଳା ସଂଗଠନ ଏବଂ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ’ର ମିଳିତ ଆନୁକୁଲ୍ୟ’ରେ ଆନ୍ତର୍ଜାତିକ ମହିଳା ଦିବସ ମହା ସମାରୋହ’ରେ ପାଳିତ ହୋଇଯାଇଛି। । ।
ପ୍ରଗତି ମହିଳା ସଂଗଠନ’ର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକ’ଙ୍କ ଅଧ୍ୟକ୍ଷତା’ରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟକ୍ରମ’ରେ ସଂଗଠନ’ର ଶ୍ରୀମତୀ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠନ’ର ଉପଦେଷ୍ଟା ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ଉପରେ କହି ସଭା କାର୍ଯ୍ୟକ୍ରମ’ରେ ସଂଯୋଜନା କରିଥିଲେ ।
ସଂଗଠନ’ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ କାର୍ଯ୍ୟକ୍ରମ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ କହି ବିବରଣୀ ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଆଜିର ନାରୀ’ଙ୍କ ତ୍ୟାଗ , ନିଷ୍ଠା ଓ ସମର୍ପଣ ଭାବ ଉପରେ କହିଥିବା ବେଳେ ନାରୀ ଜାତି ଓ ମାତୃ ସମ୍ମାନ ଉପରେ କହିଥିଲେ।
କାର୍ଯ୍ୟକ୍ରମ’ରେ ମୁଖ୍ୟବକ୍ତା ଭାବେ ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ପୁରାତନ ନାରୀ’ଙ୍କ ଠାରୁ ସାଂପ୍ରତିକ ସମାଜ’ରେ ବିକାଶନ୍ମୁଖୀ ନାରୀ’ର ଗୁରୁତ୍ଵ ସମ୍ପର୍କରେ ବୁଝାଇଥିଲେ।
ସମ୍ମାନିତ ଅତିଥି ଶ୍ରୀ ଆମୋଦ କୁମାର ବର୍ଦ୍ଧନ ନିଜ ବକ୍ତବ୍ୟ’ରେ ଆନ୍ତର୍ଜାତିକ ମହିଳା ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହାକୁ ବର୍ଷ ସାରା ପାଳନ କରିବା ଉପରେ କହିଥିଲେ।
ପ୍ରଗତି ମହିଳା ସଂଗଠନର ସଂଯୋଜକ ତଥା ଉପସଭାପତି ଶ୍ରୀ ଲୋକନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୂର୍ବରୁ ଅନୁଷ୍ଠିତ ତର୍କ , ଝୋଟି , ନୃତ୍ୟ , ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତା’ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ଓ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା।
ମହିଳା ଦିବସ ଏବଂ ପବିତ୍ର ମହା ଶିବରାତ୍ରୀ ଅବସର’ରେ ମନୋରଞ୍ଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ’ରେ- ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଗତି ମହିଳା ସଂଗଠନ’ର କୋଷାଧ୍ୟକ୍ଷ। ତଥା ବରିଷ୍ଠ ସଦସ୍ୟା ଶ୍ରୀମତୀ ମାନସୀ ପଣ୍ଡା ଏବଂ ଶରତ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା’ରେ ସହଯୋଗ କରିଥିଲେ ।
(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)

You may have missed