ପ୍ରେମ ପ୍ରତାରଣା ରୂ ଯୁବକ ର ମୃତ୍ୟୁ….
ପ୍ରେମ ସ୍ବର୍ଗୀୟ, ଚିରନ୍ତନ, କିନ୍ତୁ ଏଠି ପ୍ରେମ ସାଜିଛି ମୃତ୍ୟୁ ର ପଥିକ, ଭଲ ପାଇବାର ରାସ୍ତା ରେ ପଡିଛି ପୂର୍ଣ୍ଣ ଛେଦ, ପ୍ରେମ ପ୍ରତାରଣା ର ଶିକାର ହୋଇ ଚାଲି ଯାଇଛି ଯୁବକ ର ଜୀବନ, ଅଭିଯୋଗ ଆଣିଲେ ପରିବାର,
ସୂଚନା ଅନୁଯାୟୀ – ତିର୍ତୋଲ ଥାନା ଅଧୀନ ଜଗନ୍ନାଥ ପୁର ପଂଚାୟତ ର ଶେଖ ଇନ୍ଦ୍ରିସ ଅଲ୍ଲୀ ଙ୍କ ବଡ ପୁଅ ଶେଖ ଇମ୍ରାନ ହୁସେନ, ବୟସ ମାତ୍ର ଚବିଶ, ଭଲ ପାଇ ବସନ୍ତି ଜଗତସିଂହପୁର ଜିଲ୍ଲା ଡେଙ୍ଗା ପିତେଇ ପୁର ର ଝିଅ କୁଲଶମ ବେଗମ କୁ, ଦୁଇ ପରିବାର ର ଜ୍ଞାତ ସାର ରେ ଚାଲିଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ କୁ ନେଇ ବିବାହ ଯାଏ କଥା ଉଠେ, ଏପଟେ ଶେଖ ଇମ୍ରାନ ହୁସେନ ପାଠ ପଢ଼ା ସାରି ପୋଲିସ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ, କିନ୍ତୁ ହଠାତ ହସ ଖୁସିର ପରିବାର ରେ ଦୁଃଖ ର କଳା ବାଦଲ ଘୋଟି ଆସେ, ପୁଅର ହଠାତ. ମୃତ୍ୟୁ କୁ ନେଇ ଦୁଃଖ ରେ ଭାଙ୍ଗି ପଡନ୍ତି ସାରା ପରିବାର, ଝିଅ ପ୍ରତାରିତ କରିଥିବାରୁ ଆମ ପୁଅର ମୃତ୍ୟୁ ହେଲା ବୋଲି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ଶେଖ ଇନ୍ଦ୍ରିସ ଅଲ୍ଲୀ, ଘଟଣା କୁ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ଦୁଃଖ ରେ ଦିନ କାଟୁଥିବା ଶେଖ ଇନ୍ଦ୍ରିସ ଅଲ୍ଲୀ ଙ୍କ ପରିବାର ଏଭଳି ଘଟଣା ପାଇଁ ଝିଅ କୁ ଦାୟି କରିଛନ୍ତି, (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)