June 20, 2026

ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ….

h79
Share

 

ପାରଳାଖେମୁଣ୍ଡି:ଗଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇସାରିଛି।ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ ପରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ ସଭାକୁ ସଂଯୋଜନା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସ୍ବପ୍ନ ସମ୍ପର୍କରେ କହିଥିବାବେଳେ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଦୀପ କୁମାର ପାତ୍ର ଆଜିର ନାରୀଙ୍କ ତ୍ୟାଗ,ନିଷ୍ଠା,ସମର୍ପଣ ଭାବ କହିଥିବାବେଳେ ନାରୀ ଜାତି ମା ସମ୍ମାନ କହିଥିଲେ। ମୁଖ୍ୟବକ୍ତା ବିନୋଦିନୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ପୁରାତନ ନାରୀଙ୍କ ଠାରୁ ସାଂପ୍ରତିକ ସମାଜରେ ବିକାଶନ୍ମୁଖୀ ନାରୀର ଗୁରୁତ୍ଵ ବୁଝାଇଥିଲେ। ବକ୍ତା ଆମୋଦ କୁମାର ବର୍ଦ୍ଧନ ନିଜ ବକ୍ତବ୍ୟ ରଖିଥିଲେ ଆନ୍ତର୍ଜାତିକ ମହିଳା ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହାକୁ ବର୍ଷ ସାରା ପାଳନ/ଆଚରଣ କରିବା ବିଧେୟ କହିଥିଲେ। ପ୍ରଗତିର ସଂଯୋଜକ ତଥା ଉପସଭାପତି ଲୋକନାଥ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ତର୍କ,ଝୋଟି,

ନୃତ୍ୟ,ଗୀତ ପ୍ରତିଯୋଗିତାର ବିଜୟନୀଙ୍କୁ ମୁଖ୍ୟଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମହିଳା ଦିବସ ଏବଂ ଶିବରାତ୍ରୀ ଅବସରରେ ମନୋରଞ୍ଜନ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ବିଳମ୍ବିତ ରାତ୍ରୀ ଯାଏଁ ଚାଲିଥିଲା।(ଗରୁଡ଼ ଧ୍ଵଜ ଚୌଧୁରୀ)

You may have missed