February 22, 2025

ଜିଲ୍ଲାପାଳ ଙ୍କ ଆଦେଶ କୁ ଅବମାନନା କରୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ

Share

 

ରାୟଗଡା(ରବି ରାଜ ବୈଦ୍ୟ) ରାୟଗଡା ଜିଲ୍ଲା କାଶୀପୁର ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଚନ୍ଦ୍ରଗିରି ପଞ୍ଚାୟତ ର ମାଳିଗାଁ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ହେତୁ ସ୍କୁଲ କମିଟି ଓ ଅଭିଭାବକ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଫିସ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଦୌଡ଼ି ଦୌଡି ହାଲିଆ ହୋଇଯିବା ପରେ ଗତ ଜାନୁୟାରୀ ମାସ ୨୭ ତାରିଖରେ କାଶୀପୁର ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଲିଖିତ ଆକାରରେ ଜଣାଇ ଥିବାବେଳେ ୨୦୧୯ ଠାରୁ ମାଳିଗାଁ ଠାରେ ନିଯୁକ୍ତି ହୋଇଥିବା ପୂଜା ରାଣୀ ରାଉତଙ୍କୁ ୨୦୧୯ ଠାରୁ ହିଁ ଚନ୍ଦ୍ରଗିରି ସ୍କୁଲକୁ ଅସ୍ଥାୟୀ ଭାବେ ପଠାଇ ଦିଆଯାଇଛି ତେଣୁ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଗୁହାରି କରି ଅନୁରୋଧ କରିବା ପରେ ଜିଲ୍ଲାପାଳ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ତୁରନ୍ତ ପୂଜା ରାଣୀ ଙ୍କୁ ଅତି ଶୀଘ୍ର ମାଳିଗାଁ କୁ ଫେରାଇ ଦେବା ପାଇଁ ଆଦେଶ ଦେଇଥିଲେ ହେଲେ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ ଆଦେଶ ର କିଛି କାର୍ଯ୍ୟକାରୀ ନ ହେବାରୁ ଗ୍ରାମବାସୀ ବି ଇ ଓ ସହ ଯୋଗାଯୋଗ କରିଥଲେ କିନ୍ତୁ
ବି ଇ ଓ ସେମାନଙ୍କୁ ମୋତେ ଜିଲ୍ଲାପାଳ ସେହି ଭଳିଆ କିଛି ଆଦେଶ ଦେଇନାହାନ୍ତି ବୋଲି କହିବା ସହ ପ୍ରଶ୍ନ କରୁ ଥିବା ବସନ୍ତ ନାଏକ ଙ୍କୁ ତୁମେ କଣ ଚାହୁଁଛ ତୁମ ଫୋନ ପେ ନମ୍ବର ଦିଅ ଟଙ୍କା ପଠାଇବି ରାୟଗଡା ଆସ କଥା ହେବା ବୋଲି ବଦନ୍ତ ନାଏକଙ୍କୁ କହିଥିଲେ ହେଲେ ନାଏକ ସଫା ସଫା ମନା କରିବା ସହ ଆମକୁ ଆମ ସ୍କୁଲ ର ଶିକ୍ଷୟତ୍ରୀ ଙ୍କୁ ଫେରାଇ ଦେବା ପାଇଁ ଅନୁରୋଧ କରିଥଲେ।ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମାଳିଗାଁ ସ୍କୁଲ ର ଷଷ୍ଠ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ଅ ଆ ମଧ୍ୟ ବୁଝୁ ନାହିଁ। ମାଳିଗାଁ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ ଜଣ ପିଲା ଅଧ୍ୟୟନ କରୁଥିବା ବେଳେ ଦୁଇ ମାସ ପୂର୍ବରୁ କେବଳ ଜଣେ ଶିକ୍ଷକ ଥିଲେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଆଉ ଜଣେ ଶିକ୍ଷକ ଙ୍କୁ ଅସ୍ଥାୟୀ ଭାବେ ଅବସ୍ଥାପିତ କରଯାଇଛି।ଶିକ୍ଷକ ଅଭାବ ହେତୁ ପିଲାମାନେ ମଧ୍ୟ ସ୍କୁଲ ସମୟରେ ଏଣେ ତେଣେ ବୁଲୁ ଥିବା ଦେଖିବାକୁ ମିଳୁଛି।ସାଧାରଣରେ ଚର୍ଚ୍ଚା ବି ଇ ଓ ମ୍ୟାଡମ ଜଣକ କାହା ଛତ୍ର ଛାୟା ତଳେ ରହି ନିଜ ମନମାନୀ ଚଳାଇଛନ୍ତି।ପ୍ରକାଶ ଥାଉ କି ଉକ୍ତ ଚନ୍ଦ୍ରଗିରି ସ୍କୁଲରେ ୨୧୩ ଜଣ ପ୍ରାଇମେରୀ ପିଲା ଥିବା ବେଳେ ଦୁଇ ଜଣ ଶିକ୍ଷକ ଅଛନ୍ତି ସେଥିରୁ ମଧ୍ୟ ଜଣେ ଶିକ୍ଷୟତ୍ରୀ ଙ୍କୁ ଆକ୍ରୋଶ ମୂଳକ ଭାବେ ତଳଝିରି କୁ ପଠାଇ ଦିଆଯାଇଛି।ଏହି ବିଷୟରେ ସାମ୍ବାଦିକ ମାନେ ବୁଝିବା ପାଇଁ ଯାଇଥିବା ବେଳେ କେମେରା ସାମ୍ନାରେ କିଛି ପ୍ରତିକ୍ରିୟା ଦେବାପାଇଁ ମନା କରିବା ସହ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଏହି ବାବୁ ମାନଙ୍କ କଥା ବୁଝ କହି ନିଜ କାର୍ଯ୍ୟରେ ବ୍ୟସ୍ତ ରହିଗଲେ।