ମା ଝାଡେଶ୍ୱରୀ ମହାବିଦ୍ୟାଳୟର ୩୧ତମ ବାର୍ଷିକୋତ୍ସବ

ଶ୍ରଦ୍ଧା,ସଂଯମ ଓ ଏକାଗ୍ରତା ରହିଲେ ଆମେ ଜୀବନରେ ସଫଳ ହୋଇ ପାରିବା
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ଶନିବାର ମା’ ଝାଡେଶ୍ୱରୀ ମହାବିଦ୍ୟାଳୟର ୩୧ତମ ବାର୍ଷିକୋତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଡ. ଉମାଶଙ୍କର ଦାଶ କହିଥିଲେ ଯେ, ଶ୍ରଦ୍ଧା,ସଂଯମ ଓ ଏକାଗ୍ରତା ରହିଲେ ଆମେ ଜୀବନରେ ସଫଳ ହେବା। ଯେଉଁ ବିଷୟରେ ଆମେ ଜ୍ଞାନ ଲାଭ କରିବାକୁ ଇଚ୍ଛା ପ୍ରକାଶ କରିବା ସେଥିପ୍ରତି ଆମର ଶ୍ରଦ୍ଧା ଓ ଏକାଗ୍ରତା ରହିବା ନିହାତି ଆବଶ୍ୟକ । ବିଶିଷ୍ଟ ଅତିଥି ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟକୁ ମଣିଷ ତିଆରି କାରଖାନା ଭାବରେ ଅବିହିତ କରି କହିଥିଲେ ଯେ, ବିଦ୍ୟାର୍ଥୀମାନଙ୍କୁ ଆଗକୁ ବଢିବାକୁ ଶିକ୍ଷକମାନେ ଦିଗଦର୍ଶକ ଦେବା ଉଚିତ। ପ୍ରତ୍ୟେକ ଶିକ୍ଷାର୍ଥୀର କିଛି ନା କିଛି ପ୍ରତିଭା ରହିଛି ସେହି ମାର୍ଗରେ ସେମାନେ କିପରି ଅଗ୍ରଗତି କରିବେ ସେଥିପ୍ରତି ଦିଗଦର୍ଶନ ଦେବା ପ୍ରତ୍ୟେକ ଶିକ୍ଷକର କର୍ତ୍ତବ୍ୟ ଅଟେ ବୋଲି ସେ ମତବ୍ୟକ୍ତ କରି ଏହି ସଂକ୍ରାନ୍ତରେ ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ଡ. ମୀନକେତନ ପାଠୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, କୌଣସି କାର୍ଯ୍ୟକୁ ମଧ୍ୟ ଆମେ ନ୍ୟୁନ ମନେ କରିବା ଅନୁଚିତ,ମହାତ୍ମା ଗାନ୍ଧୀଙ୍କ ଜୀବନୀରୁ ସେ ଦୃଷ୍ଟାନ୍ତ ଉଦ୍ଧାର କରି କହିଥିଲେ ଯେ, ପ୍ରଥମତଃ ଜଣେ ବ୍ୟକ୍ତିଙ୍କ ଭଲ ସମସ୍ତଙ୍କ ଭଲରେ ଅଛି ,ସମାଜ ସୁରକ୍ଷିତ ରହିଲେ ବ୍ୟକ୍ତି ସୁରକ୍ଷିତ ରହିବ,ଦ୍ୱିତୀୟରେ ସମସ୍ତ କାର୍ଯ୍ୟର ମୂଲ୍ୟ ସମାନ ବୋଲି ବିଚାର କରିବା ଓ ତୃତୀୟରେ ଆମେ ନିଜେ ନିଜକୁ ଏକ ସାମାଜିକ ଶ୍ରମିକ ଭାବରେ ଗଢି ତୋଳିବାକୁ ପଡିବ ଏହି ତିନୋଟି ଆଦର୍ଶ ମୋହନଦାସଙ୍କୁ ପୁସ୍ତକ ପଠନରୁ ମିଳିଥିଲା ଯାହାକୁ ନେଇ ସେ ମହାତ୍ମା ହୋଇପାରିଥିଲେ ବୋଲି କହିବା ସହ ଆମେ ନିଜେ ନିଜକୁ ପ୍ରଶ୍ନ ପଚାରି ଶିଖିବା ଉଚିତ ତେବେ ଯାଇ ଆମେ ନିଜକୁ ମାର୍ଜିତ କରି ପାରିବା ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସଭାରେ ଅଧ୍ୟାପିକା ତନ୍ମୟା ବେହେରା ଅତିଥିମାନଙ୍କୁ ସଭାକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ପଣ୍ତିତ ବ୍ୟାସଦେବ ପଣ୍ଡା ବେଦମନ୍ତ୍ର ପାଠ କରିଥିଲେ। ଅଧ୍ୟାପକ ରବି ଶଙ୍କର ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ଦାଶ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ରବୀନ୍ଦ୍ର ନାରାୟଣ ଠାକୁର ସଭାରେ ପ୍ରଦାନ କରାଯାଇଥିବା ବିଭିନ୍ନ ପ୍ରାୟୋଜିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ପୁରସ୍କାର ବିତରଣକୁ ଅଧ୍ୟାପିକା ସ୍ମାରକୀ ମାହାର ସଂଯୋଜନା କରିଥିଲେ। ସଭା ପ୍ରାରମ୍ଭରେ ଅଧ୍ୟାପିକା ସୁଦୀପ୍ତା ଦାଶଙ୍କ ସଂଯୋଜନାରେ ପ୍ରାରମ୍ଭିକ ସଙ୍ଗୀତ ଓ ସଭା ଶେଷରେ ଶିକ୍ଷା ପ୍ରଦର୍ଶିକା ମୌସୁମୀ ଷଡଙ୍ଗୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ସମାପନୀ ସଙ୍ଗୀତ ପରିବେଷଣ କରିଥିପାଠ ସଭାରେ ମହାବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ସ୍ୱର୍ଣଛତ୍ର’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ ଧମା ଶାଖା ପକ୍ଷରୁ ପ୍ରତିବର୍ଷ ମହାବିଦ୍ୟାଳୟର ମେଧାବୀ ଶିକ୍ଷାର୍ଥୀଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶିକୁ ଧମା ଷ୍ଟେଟ ବ୍ୟାଙ୍କର ଉପପ୍ରବନ୍ଧକ କ୍ଷୀରୋଦ୍ର କୁମ୍ଭାର ଉପସ୍ଥିତ ରହି ପ୍ରଦାନ କରି ଶିକ୍ଷାର୍ଥୀମାନଙ୍କୁ ଶୃଙ୍ଖଳିତ ହୋଇ ଶିକ୍ଷା ଓ ଅନ୍ୟାନ୍ୟ ମାଧ୍ୟମରେ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଏହି ରାଶି ଯୁକ୍ତ ତିନର ଶିବାନୀ ଭୋଇ,ଯୁକ୍ତ ଦୁଇ କଳାର ଶିବାସ ନାଗ ଓ ବିଜ୍ଞାନର ପାୟଲ ମେହେରଙ୍କୁ ପ୍ରଦାନ କରାଯାଇଥିଲା। ଅନୁରୂପ ଭାବରେ ପ୍ରୟୋଜିତ ପୁରସ୍କାରରେ ଯୁକ୍ତ ତିନର ପ୍ରିୟା ତାଣ୍ଡିଆ ଓ ଲଳିତା କଟୁଆଳ,ଯୁକ୍ତ ଦୁଇ କଳାର ମେନକା ଭୋଇ ଓ ସୁଭଦ୍ରା ପଧାନ ଏବଂ ବିଜ୍ଞାନର ଅର୍ପିତା ପ୍ରିୟଦର୍ଶିନୀ ବାରିକ ଓ ସ୍ମୃତିପ୍ରଜ୍ଞା ଷଣ୍ଢ ହାରାଧନ ନୀଲାବତୀ ପୁରସ୍କାର ପାଇଥିବା ବେଳେ ଯୁକ୍ତ ଦୁଇର ଶିବାନୀ ନାଏକ ଓ ବିଜ୍ଞାନର ଲଭଲି ଦେଓ ଗୌନ୍ତିଆ ପଦ୍ମଲୋଚନ ମହାପାତ୍ର ପୁରସ୍କାର ତଥା ଯୁକ୍ତ ତିନର ରେବତୀ ପଣ୍ଡାଙ୍କୁ ପ୍ରାୟୋଜକ ଉଦ୍ଧବ ମହାପାତ୍ର ଓ ସୌଦାମିନୀ ମହାପାତ୍ର ଉପସ୍ଥିତ ରହି ପ୍ରଦାନ କରିଥିଲେ। ସେହିପରି ଶିକ୍ଷାପ୍ରେମୀ ସନ୍ତୋଷ କୁମାର ପୁରୋହିତଙ୍କ ଦ୍ୱାରା ପ୍ରଦତ୍ତ ସୁଧା ସ୍ମୃତି ପୁରସ୍କାର ଯୁକ୍ତ ଦୁଇ କଳା,ବିଜ୍ଞାନ ଓ ଯୁକ୍ତ ତିନ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ସଂଖ୍ୟା ରଖିଥିବା ବିଦ୍ୟାର୍ଥୀଙ୍କୁ ଏହି ପୁରସ୍କାର ନିଜେ ଉପସ୍ଥିତ ରହି ପ୍ରଦାନ କରିଥିଲେ। ଏତଦ ବ୍ୟତିତ ଅଶୋକ ସିହ୍ନା ଫାଉଣ୍ଡେସନ, ଭୂବନେଶ୍ୱର ପ୍ରାୟୋଜିତ ଶ୍ରେଷ୍ଠ ପାଠାଗାର ବ୍ୟବହାରକାରି ପୁରସ୍କାର ଯୁକ୍ତ ତିନର ଦୀପାଞଳି ଖମାରୀ ଓ ଯୁକ୍ତ ଦୁଇ ସ୍ରୋତର ରାଜଶ୍ରୀ ବାଗ ଅତଥିମାନଙ୍କଠାରୁ ପାଠାଗାରିକ ସଂଗ୍ରାମ କେଶରୀ ମିଶ୍ରଙ୍କ ଉପସ୍ଥିତିରେ ଗ୍ରହଣ କରିଥିଲେ। ଯୁକ୍ତଦୁଇ ପରିଚାଳନା ପରିଷଦର ପୂର୍ବତନ ସଭାପତି ଦିଲୀପ କୁମାର ମିଶ୍ର ଏବଂ ଯୁକ୍ତ ତିନ ପରିଚାଳନା ପରିଷଦର ପୂର୍ବତନ ସଭାପତି ଲଳିତ ମୋହନ ଶତପଥି ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ଯୁକ୍ତ ତିନ ସ୍ରୋତର ଅଧ୍ୟକ୍ଷ ଅନିଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବୋଚ୍ଚ ପ୍ରଦର୍ଶନ ସକାଶେ ତଥାଗତ ପୁରୋହିତ ଓ ସୁଭାଷିନୀ ମିଶ୍ର ପ୍ରଦାନ କରି ଆସୁଥିବା ବିନୋଦିନୀ ସାଂସ୍କୃତିକ ପୁରସ୍କାର ଓ ପଞ୍ଚାନନ ସାଂସ୍କୃତିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତବର୍ଷ ଏହି ପୁରସ୍କାର ଯଥାକ୍ରମେ ଯୁକ୍ତ ତିନର ସପନା ବେହେରା,ରେବତୀ ପଣ୍ଡା ଓ ଦଳଙ୍କୁ ଏବଂ ଇନ୍ଦ୍ରାଣୀ ଭୁଏ ଓ ଦଳଙ୍କୁ ପ୍ରଦାନ କରାଯାଇଥିଲା। ସଂସାର ପ୍ରଧାନ,ବନୋଜ କୁମାର ସାହୁ, ବଳଦେବ ମହାକୁର, ଲମ୍ବୋଦର ପାଢୀ, ଦୀପ୍ତିରେଖା ପଣ୍ଡା, ମିନତି ଦାଶ, ସ୍ୱାତି ପତି, ସୁଶ୍ରୀ ପାଢୀ, ପ୍ରମୋଦ କୁମାର ଦେହେରି, ନିର୍ମଳ ତ୍ରିପାଠୀ, ଜୀବର୍ଦ୍ଧନ ସେଠ, ସୁଶ୍ରୀତ ଷଢଙ୍ଗୀ, ଚୈତନ୍ୟ ସେନାପତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଭାରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଶିକ୍ଷାପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।