May 10, 2026

ପ୍ରଥମ ପର୍ଯ୍ୟାୟ‌ ର ୪ର୍ଥ କିସ୍ତି ର ଆସିଲା ଶୁଭଦ୍ରା ଟଙ୍କା,

IMG-20250209-WA0006
Share

 

ଭୁବନେଶ୍ୱର( ଦେବାଶିଷ ଦାଶ )

ଆଜି ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏହି ସୂଚନା ଦେଇଛନ୍ତି। ଏଥିରେ ୧୮ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ୍‌ ଖାତାକୁ ଟଙ୍କା ଯିବ ବୋଲି ସେ କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ‘ସୁଭଦ୍ରା’ ହେଉଛି ବିକାଶର ମୂଳପିଣ୍ଡ। ଆଜି ୧୮ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ୍‌ ଖାତାକୁ ଟଙ୍କା ଯିବା ପରେ ମୋଟ୍‌ ଲାଭାର୍ଥୀଙ୍କ ସଂଖ୍ୟା ୯୮ଲକ୍ଷରେ ପହଞ୍ଚିବ।