March 12, 2026

ସମୟ ବଦଳିବା ସହିତ ବଦଳି ଯାଇଛି ସଂସ୍କୃତି

IMG-20230209-WA0022
Share

 

 

 

ବୋଲଗଡ଼,୦୯/୦୨(ଉପାନ୍ତ ଓଡିଶା):ସମୟ ଥିଲା ଭାରତୀୟ ସଂସ୍କୃତି ରେ ପର୍ବପର୍ବାଣୀ ହେଉ ବା ଧାର୍ମିକ ଅନୁଷ୍ଠାନ ମାନଙ୍କରେ ହେଉ ବା ବିବାହ ବ୍ରତରେ ହେଉ ନିଶ୍ଚିତ ରୂପେ ଭୋଜି ଭାତ ର ପ୍ରସ୍ତୁତ ହୋଇଥାଏ ଏବଂ ସମସ୍ତ ଖାଦ୍ୟ କୁ ସାଳ ପତ୍ର,ଶିଆଳିପତ୍ର ରେ ପ୍ରସ୍ତୁତ ଖଲି କିମ୍ବା କଦଳୀ ପତ୍ରରେ ରେ ଏକାଠି ପଂକ୍ତିରେ ବସି ଖାଦ୍ୟ ଗ୍ରହଣ କରି ଥାନ୍ତି।ପତ୍ରଖଲି ହେଉ ବା କଦଳୀ ପତ୍ରରେ ଭୋଜନ କଲେ ରୁଚିକର ହେବା ସହିତ ସ୍ୱାସ୍ଥ୍ୟମଧ୍ୟ ଭଲରହିଥାଏ। କିନ୍ତୁ ସମୟ ବଦଳିବା ସହ ବର୍ତ୍ତମାନ ସମୟରେ ଜରି ଓ କାଗଜ ମିଶ୍ରିତ ଖଲି,ଦନା ବା ପ୍ଲାଷ୍ଟିକ ନିର୍ମିତ ଖଲି ବ୍ୟବହାର କରିବା ସହ ଠିଆ ହୋଇ ଖାଦ୍ୟ କୁ ଗ୍ରହଣ କରିଥାନ୍ତି। ଯାହା କୁ ବଫେଟ ବୋଲି କୁହାଯାଉଛି।କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଭାରତୀୟ ସଂସ୍କୃତି ଓ ପରମ୍ପରା କୁ ଆପଣାଉ ଥିଲା ବେଳେ ବିଡମ୍ବନା ବିଷୟ ଭାରତୀୟ ମାନେ କିପରି ନିଜର ସଂସ୍କୃତି ଭୁଲି ଯାଉଛନ୍ତି। ଜରି ମିଶ୍ରିତ ଖଲି ହେଉ ବା ପ୍ଲାଷ୍ଟିକ ଖଲି ରେ ଖାଦ୍ୟ ବ୍ୟବହାର କଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପାଶ୍ଚାତ୍ୟ ଲୋକ ମାନେ ଗବେଷଣା କରି ଭାରତୀୟ ସଂସ୍କୃତି କୁ ଆପଣେଇ ଥିବା ବେଳେ ଆମେ ଭାରତୀୟ ମାନେ ଅନ୍ଧ ଭାବରେ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କରିଚାଲିଛି। ଯାହାକି ବର୍ତ୍ତମାନ ସମୟରେ ସଚେତନ ହେବା ସମସ୍ତ ଙ୍କ ପାଇଁ ଜରୁରି ଅଟେ। ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ଏହା ଠିକ୍ ନୁହେଁ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ଭୋଜନ ତଳେ ବସିକରାଯାଏ କିନ୍ତୁ ଚେୟାର ଟେବୁଲ୍ ରେ ନୁହେଁ କି ଠିଆହୋଇ କି ନୁହେଁ।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)