November 23, 2024
Share

 

ତାରିଖ ୦୯/୦୨/୨୦୨୩ ଗୁରୁବାର ।

 

୧-ତୁର୍କୀ ଭୂକମ୍ପ: ପ୍ରତି ମିନିଟ୍‌ରେ ମୃତ୍ୟୁ ବଢ଼ୁଛି; ମୃତ୍ୟୁସଂଖ୍ୟା ୧୧,୮୦୦ ।

 

୨-ଭାରତ ‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

 

୩-ନବ ଦାସ ହତ୍ୟା ମାମଲା: ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବ ନାର୍କୋ ଟେଷ୍ଟ ।

 

୪-ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବଡ ବୟାନ । କହିଲେ, ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଲୋକ, ନବ ଦାସଙ୍କ ହତ୍ୟାକାରୀ ।

 

୫-ଖବରକାଗଜରେ ନିଜ ଖବର ପଢ଼ି ହସିଲା ହତ୍ୟା ଅଭିଯୁକ୍ତ ଗୋପାଳ ।

 

୬-ଆଦାନୀ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିରୋଧୀମାନଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ଦୋଷାରୋପ କରିଛନ୍ତି ।

 

୭-ଆଦାନୀ ଗ୍ରୁପ ସଂକଟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।ସେ କହିଛନ୍ତି ଯେ ଭାରତର ବ୍ୟାଙ୍କ ବ୍ୟବସ୍ଥା ବିଶାଳ ଓ ସଦୃଢ, ଏପରି କିଛି ଘଟଣା ଦ୍ବାରା ତାହା ପ୍ରଭାବିତ ହେବ ନାହିଁ ।

 

୮-ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସବୁ ଦିଗକୁ ଗୁରୁତ୍ବ ଦିଆଯାଉଛି, ତଦନ୍ତକୁ ସମୟ ଲାଗିବ ବୋଲି କହିଲେ ଡିଜିପି ।

 

୯-ଆମେରିକା-ଇସ୍ରାଏଲ ସମରାଭ୍ୟାସ; ଜବାବରେ ଶକ୍ତି ଦେଖାଇଲା ଇରାନ, ଅଣ୍ଡରଗ୍ରାଉଣ୍ଡରେ ସଜାଇ ରଖିଛି ଭୟଙ୍କର ଅସ୍ତ୍ରଶସ୍ତ୍ର ।

 

୧୦-ରାକ୍ଷୀ ସାୱନ୍ତଙ୍କ ପତିଙ୍କୁ ମହଙ୍ଗା ପଡିଲା ଝଗଡ଼ା, ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଆଦିଲ ଦୁର୍ରାନୀ ।

 

୧୧-ବନବିଭାଗରେ ଅଭିଯୁକ୍ତଙ୍କ ହେପାଜତ ମୃତ୍ୟୁ, ନିର୍ଯ୍ୟାତନା ଓ ମାଡ଼ମରା ଘଟଣା – ୬ଜଣ ବନକର୍ମଚାରୀ ଗିରଫ ,ପୀଡ଼ିତଙ୍କୁ ଭେଟିଲେ ବିଜେପି ରାଜ୍ୟ ପଦାଧିକାରୀ ।

 

୧୨-ତୁର୍କୀରେ ଜଣେ ଭାରତୀୟ ନିଖୋଜ, ୧୦ ଭାରତୀୟ ଫସି ରହିଛନ୍ତି : ଭାରତ ସରକାର .

 

୧୩-ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । କହିଲେ, ୨୦୦୪ରୁ ୨୦୧୪ ଘୋଟାଲାର ଦଶନ୍ଧି .

 

୧୪-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ତାରିଖ ଘୋଷଣା କରିଛି । ଏହି ଟେଷ୍ଟ ମ୍ୟାଚଟି ଲଣ୍ଡନର ଓଭାଲଠାରେ ଜୁନ ୭ରୁ ୧୧ ମଧ୍ୟରେ ଖେଳାଯିବ । ୧୨ ତାରିଖକୁ ଏକ ରିଜର୍ଭ ଦିବସ ଭାବେ ରଖାଯାଇଛି ।

 

୧୫-ସରିନି ଦରଦାମ୍ ବିରୋଧ ଲଢ଼େଇ: ସୁଧରେ ୦.୨୫% ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ ।

 

୧୬-୨୦୨୩ ନିଟ ପିଜି ପରୀକ୍ଷା ସ୍ଥଗିତ ରଖାଯାଇ ନାହିଁ ଏବଂ ଏହା ମାର୍ଚ୍ଚ ୫ ତାରିଖରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି..

 

୧୭-ପରୀକ୍ଷଣ ହେବ କ୍ୟୁଆର୍‌ କୋଡ୍ କଏନ୍ ଭେଣ୍ଡିଂ ମେସିନ: କାଗଜ ନୋଟ୍‌ ଭର୍ତ୍ତି କରିବାକୁ ପଡ଼ିବନି ।

 

୧୮-ଏୟାରଟେଲ୍ ପକ୍ଷରୁ ଓଡିଶାର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି । ଏୟାରଟେଲ୍‌ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ ଉପଲବ୍ଧ ହୋଇଥିଲା ।

 

ସୁପ୍ରଭାତ ,ଶୁଭ ସକାଳ ।