March 12, 2026

ନଳିହାଡ଼ ଗ୍ରାମରେ ଶୈବ ମନ୍ଦିର ପ୍ରତିଷ୍ଠା

IMG-20230209-WA0000
Share

 

କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତ ଅଧୀନରେ ଥିବା ନଳିହାଡ଼ ଗ୍ରାମରେ ଗତ ୬ତାରିଖ ଠାରେ ଆରମ୍ଭ ୧୦ ତାରିଖ ଦିନ ପୂର୍ଣ୍ଣାହୁତି ହେବେ। ବହୁ ପୁରାତନ କାଳରୁ ପୂଜା ପାଉଥିବା ଜଳେଶ୍ବର ମହାଦେବଙ୍କ ନୂତନ ପାର୍ଶ୍ଵ ବିଗ୍ରହ ସହିତ ଜୀର୍ଣ୍ଣୋର୍ଦ୍ଧାର ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବଉଲଝୋଳି ସମିତି ସଭ୍ୟ ପ୍ରତିନିଧି ସଂଗ୍ରାମ ସନାତନ ସିଂ ଓ ଯଜ୍ଞ କମିଟିଙ୍କ ନିମନ୍ତ୍ରଣକୁ ରକ୍ଷାକରି ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଯୋଗଦେଇ ମହାଦେବ ଜଳେଶ୍ବରଙ୍କ ନିକଟରେ ଏହି ନିର୍ବାଚନ ମଣ୍ଡଳୀରେ ସମସ୍ତ ଜନସାଧରଣଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲେ। ଏଥିରେ ପ୍ରତିଷ୍ଠା ଆରମ୍ଭ, ବ୍ରାହ୍ମଣ ବରଣ,ଶାଲା ସଂସ୍କାର, ମଣ୍ତଳେ ପୂଜା ଓ ଶୈବାଗ୍ନି ସ୍ଥାପନ, ଘୃତ ଯଜ୍ଞ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯକ୍ରମରେ କୁକୁଡ଼ାଖଣ୍ଡି ବ୍ଲକ ସମିତି ସଭ୍ୟ ସଙ୍ଘର ସଭାପତି ସାରଥି ପ୍ରସାଦ ଗୌଡ, ବଉଲଝୋଳି ସମିତି ସଭ୍ୟା ଲିଲି ସଂଗ୍ରାମ ସିଂ, ରୋହିଗାଁ ସମିତି ସଭ୍ୟା ପ୍ରତିନିଧି ବସନ୍ତ କୁମାର ସ୍ବାଇଁ, ମହୁଡା ସମିତି ସଭ୍ୟ ଯତୀନ୍ଦ୍ର ପାତ୍ର, ପଞ୍ଚୁ ସାହୁ, ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଯୁବ ସଭାପତି ସୁରେଶ ଚନ୍ଦ୍ର ସାହୁ,‌ପୂର୍ବତନ ବିସିସି ଡାଇରେକ୍ଟର ସୁଧୀର ରାଉତ, ଗୁରୁଣ୍ଡି ସମବାୟ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଦଣ୍ଡପାଣି ପଣ୍ଡା , ଦିଗପହଣ୍ଡି ବ୍ଲକର ପୂର୍ବତନ ସରପଞ୍ଚ ସଂଘର ସଭାପତି କେ.ହରିବଦ୍ଧୁ ରେଡ୍ଡୀ, ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ, ବମକୋଇ ପୁର୍ବତନ ସରପଞ୍ଚ ଭଗବାନ୍ ବାଡାତ୍ୟା, ଦିଗପହଣ୍ଡି ଏନ୍ଏସି ପୁର୍ବତନ ନଗରପାଳ ଉଦୟନାଥ ସ୍ୱାଇଁ, ଖମ୍ବାରୀଗାଁ ପୁର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର, ବରିଷ୍ଠ କର୍ମୀ ସମ୍ଭୁନାଥ ପଣ୍ଡା , ଯୁବ ନେତା ମନୋଜ କୁମାର ସାହୁ, ଗୋକର୍ଣ୍ଣପୁର ପୁର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ , ପୂର୍ବତନ ଛାତ୍ର ବିଜେଡି ସଭାପତି ରାଜକିଶୋର ମହାନ୍ତି , ଆଙ୍କୋରଡା ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ, ଆଙ୍କୋରଡା ଯୁବ ସଭାପତି ସୁଶାନ୍ତ ପ୍ରଧାନ, ସମାଜସେବୀ ମହେଶ୍ କୁମାର ପ୍ରଧାନ, ସିଦ୍ଧେଶ୍ବର ନ୍ୟାୟବ ସରପଞ୍ଚ ବିଦେଶୀ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ