May 11, 2026

ଫାସୀଓଦା ସେବା ସମବାୟ ସମିତି ରେ ଧାନମଣ୍ଡି ଖୋଲିଲା,୧ହଜାର କ୍ୱଣ୍ଟାଲ ଧାନ ସଂଗ୍ରହ।

IMG-20250109-WA0194
Share

ବୋଲଗଡ,(ଉପାନ୍ତ ଖବର): ଖୋର୍ଦ୍ଧା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନସ୍ଥ ଫାସୀଓଦା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି l ଏହି ଧାନ ମଣ୍ଡି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ଏସ. ଆର. ପ୍ରଦୀପ୍ତ କୁମାର ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ଫାସୀଓଦା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଚନ୍ଦନ କୁମାର ପ୍ରଧାନ, ଫାସୀଓଦା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ସିଂହ,ଶିବାନୀ ଫୁଡ୍ସ ମିଲର ପ୍ରୋଫାଇଟର ରବୀନ୍ଦ୍ର ନାଥ ସୁବୁଦ୍ଧି ସମେତ ଯୋଗଦେଇ ନୂତନ ଧାନ ମଣ୍ଡିଙ୍କୁ ଉଦଘାଟନ କରିଥିଲେ l ଫାସୀଓଦା ସେବା ସମବାୟ ସମିତିରେ ୩୫୦ଜଣ ଚାଷୀ ଧାନ ମଣ୍ଡିରେ ଧାନ ଦେବା ପାଇଁ ନାମ ପଞ୍ଜିକରଣ କରିଥିବାବେଳେ ଆଜି ୬୧ଜଣ ଚାଷୀ ୧ହଜାର କ୍ୱଣ୍ଟାଲ ଧାନ ଦେଇ ଅଛନ୍ତି l ସମସ୍ତ ଚାଷୀମାନେ ଫାସୀଓଦା ସେବା ସମବାୟ ସମିତିର ଧାନ ମଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ୧୬ଶହ କ୍ୱଣ୍ଟାଲ ଧାନ ଦେବା ପାଇଁ ସ୍ଥିରୀକୃତ ହୋଇଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୬୧ଜଣ ଚାଷୀ ୧ହଜାର କ୍ୱିଣ୍ଟାଲ ଧାନ ଦେଇ ଅଛନ୍ତି। ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଧେଶ କ୍ରମେ ରାଜସୁନାଖଳାସ୍ଥିତ ଶିବାନୀ ଫୁଡ୍ସ ମିଲର୍ସ ସମସ୍ତ ଚାଷୀମାନଙ୍କ ଠାରୁ ଧାନ ମଣ୍ଡି ମାଧ୍ୟମରେ ଚଳିତ ବର୍ଷର ଧାନ ସଂଗ୍ରହ କରି ଚାଷୀମାନଙ୍କୁ ସରକାରୀ ଦରରେ ଧାନ କ୍ୱଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବେ ବୋଲି ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ନବଘନ ମଲ୍ଲିକ, ଫାସୀଓଦା ସେବା ସମବାୟ ସମିତି ପରିଚାଳନା କମିଟିର ସଭାପତି ବାସୁଦେବ ସାମନ୍ତରାୟ, ସମ୍ପାଦକ ଭଗବାନ ଖଣ୍ଡେଇ, ଦିଲ୍ଲୀପ କୁମାର ସାହୁ, ରତ୍ନାକର ପରିଡ଼ା, ମଧୁସୂଦନ ବେହେରା, ମହେନ୍ଦ୍ର ରାଉତ, ରାଘବ ସ୍ୱାଇଁ, ରାମ ଚନ୍ଦ୍ର ସାହୁ, ଦୀନବନ୍ଧୁ ସାମନ୍ତରାୟ, ଗୁଣ୍ଡିଚା ବେହେରା, ବସନ୍ତ କୁମାର ମଲ୍ଲିକଙ୍କ ସମେତ ଫାସୀଓଦା ସେବା ସମବାୟ ସମିତି ପରିଚାଳନା କମିଟିର ସମସ୍ତ ସଦସ୍ୟ ପ୍ରମୁଖ ରହି ଚାଷୀମାନଙ୍କୁ ସାହାର୍ଯ୍ୟ କରିଥିଲେ l ପରିଶେଷରେ ଜିତେନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।