September 14, 2026
IMG-20251208-WA0122
Share

 

ବେଲଗୁଣ୍ଠା(ପଞ୍ଚାନନ ସାହୁ)ବେଲଗୁଣ୍ଠା ଥାନା ଅନ୍ତର୍ଗତ ପାଟୁଳୀ ସାହି ଛକ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଏକ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି।ପାଟୁଳି ସାହିର ସୁରେନ୍ଦ୍ର ବେହେରା ପ୍ରତିଦିନ ପରି ନିଜ ପାନ ଦୋକାନ ରାତି ୯ ଟା ରେ ବନ୍ଦ କରି ଘରକୁ ଯାଇଥିଲେ।ସକାଳୁ ଆସି ଦେଖିଲା ପରେ ପାନ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ପାଇଥିଲେ।ଏଥିରେ ପାନ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା।ସେ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।