ବାଲେଶ୍ବର ଜିଲ୍ଲା ବିଜେଡି ପକ୍ଷରୁ ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ..
ବାଲେଶ୍ୱର (ଶେଖ ନଜିମ୍) :- ରବିବାର ସଂଧ୍ୟାରେ ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ବାଲେଶ୍ବର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ବିଜେଡିର ବରିଷ୍ଠ ଉପ ସଭାପତି ତଥା ବ୍ରିଟର ପୂର୍ବତନ ଅଧ୍ୟକ୍ଷ ଗୌରୀ କୁମାର ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଜଳେଶ୍ବରର ବିଧାୟକ ଅଶ୍ବିନୀ କୁମାର ପାତ୍ର,ପୂର୍ବତନ ନିଳଗିରୀ ବିଧାୟକ ସୁକାନ୍ତ ନାୟକ,ପୂର୍ବତନ ସଦର ବିଧାୟକ ସ୍ବରୂପ ଦାସ,ବାଲେଶ୍ବର ଲୋକସଭାର ବିଜେଡି ସାଂସଦ ପାର୍ଥିନୀ ବରିଷ୍ଠ ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତ ସିଂହାର,ରେମୁଣାର ବିଜେଡି ବିଧାୟକ ପାର୍ଥିନୀ ବିଦ୍ୟାସ୍ମିତା ମହାଳିକ,ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ,ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା,ନିଳଗିରୀ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ,ବାଲେଶ୍ବର ମୁନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ,ଜିଲ୍ଲା ପରିଷଦ ସଭ୍ୟ ସୋନାଲି ବିଶ୍ବାଳ,ସଞ୍ଜୟ ସେଠୀ,ପୂର୍ବତନ ବାଲେଶ୍ବର ମୁନିସିପାଲିଟି ଅଧ୍ୟକ୍ଷ ତପନ ଚକ୍ରବର୍ତ୍ତୀ,ପୂର୍ବତନ ଉପ ନଗରପାଳ ମନୋଜ ରାଉତ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ଟାଉନ ମହିଳା ସଭାପତି ମୀନା ମହାନ୍ତି, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,ତାପସ ପାଣିଗ୍ରାହୀ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ବିଭୁଦତ୍ତ ପରିଡା ପ୍ରମୁଖ ମଞ୍ଚାସିନ ରହି ବକ୍ତବ୍ୟ ପ୍ରଦାନ କରିବା ସହ ସ୍ୱର୍ଗତ ରାଉତଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଦେହାନ୍ତ ବାଲେଶ୍ବର ବିଜୁ ଜନତା ଦଳ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ସମସ୍ତ ଅତିଥି ମାନେ ବକ୍ତବ୍ୟରେ କହିଥିଲେ।ସଭା ପ୍ରାରମ୍ଭରେ ସମସ୍ତେ ଗୌରୀ ରାଉତଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାଶୁମନ ପ୍ରଦାନ କରିବା ସହ ଶ୍ରୀଯୁକ୍ତ ରାଉତଙ୍କ ଆମର ଆତ୍ମାର ସଦଗତି ପାଇଁ ନିରବ ପାର୍ଥନା କରାଯାଇଥିଲା।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର ବହୁ ବିଜେଡି ସରପଞ୍ଚ,ସମିତି ସଭ୍ୟ,କାଉନସିଲର ଏବଂ ଦଳୀୟ ନେତୃତ୍ବବୃନ୍ଦ ଉପସ୍ଥିତ ଥିଲେ।