September 21, 2024

କେ. ନୂଆଁଗଡ଼ ମାଆ ବ୍ୟାଘ୍ରଦେବୀ ମନ୍ଦିର ପୂଜକଙ୍କ ପରଲୋକ

Share

କେ. ନୂଆଁଗଡ଼ ମାଆ ବ୍ୟାଘ୍ରଦେବୀ ମନ୍ଦିର ପୂଜକଙ୍କ ପରଲୋକ

ବେଲଗୁଣ୍ଠା, 08/12, ଗୁରୁବାର ବିଳମ୍ବିତ ରାତ୍ରିରେ ବେଲଗୁଣ୍ଠା ବ୍ଳକ୍ କେ. ନୂଆଁଗଡ଼ ଗ୍ରାମ ମାଆ ବ୍ଯାଘ୍ରଦେବୀ ମନ୍ଦିର ମୁଖ୍ୟ ପୂଜକ ରାଜନ କୁମାର ବଢାଇଙ୍କ (74) ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ ରାଜନ କିଛି ଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ବ୍ରହ୍ମପୁରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ପରଲୋକ ଘଟିଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଗୌରହରି,ଶଙ୍କର , ଝିଅ ଭାଗ୍ୟଲତା, ନାତି ଚିନ୍ମୟଙ୍କ ସମେତ ପରିବରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ରାଜନ ଜଣେ ଚେରମୂଳି ବୈଦ୍ୟଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ଗଞ୍ଜାମ ସମେତ ଜିଲ୍ଳା ବାହାରୁ ମଧ୍ୟ ବହୁ ରୋଗୀ ସ୍ଵର୍ଗତ ରାଜନଙ୍କ ଚେରମୂଳି ଔଷଧ ଦ୍ୱାରା ଆରୋଗ୍ୟ ଲାଭ କରିଛନ୍ତି I ଏତଦ୍ ବ୍ୟତୀତ ସ୍ଵର୍ଗତ ରାଜନ ଗ୍ରାମର ଜଣେ କଠିନ ପରିଶ୍ରମୀ କୃଷକ, ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଭାବରେ ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ I ସ୍ଵର୍ଗତ ରାଜନଙ୍କ ମର ଶରୀର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I ସ୍ଥାନୀୟ ସରପଞ୍ଚ ଜୟରାମ ନାୟକ,ସମିତିସଭ୍ୟ କେ ରବୀନ୍ଦ୍ରନାଥ ପାତ୍ର, ଆସିକା ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ଗ୍ରାମ୍ୟ କମିଟି ସଭାପତି ଶ୍ରୀଧର ପ୍ରଧାନ,ଯୁବ ସମାଜସେବୀ ଶିବରାମ ରାଉତ, ବୁଲା ରାଉତଙ୍କ ସମେତ ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗୃପ୍ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ସ୍ଵର୍ଗତ ରାଜନଙ୍କ ଅନ୍ତିମ ଦର୍ଶନ କରିବା ସହିତ ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ I ବଡପୁଅ ଗୌରହରି ମୁଖାଗ୍ନି ପ୍ରଦାନ କରିଥିଲେ I

ଫଟୋ.                    ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ