March 12, 2026

ଐତିହାସିକ ଚେଳିତୋଳ ବାଲିଯାତ୍ରା ତିର୍ତୋଲ ର ତୃତୀୟସନ୍ଧ୍ୟା….

IMG-20251108-WA0059
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜମୁଛି ବାଲିଯାତ୍ରା ର ମାହୋଲ । ସାଂସ୍କୃତିକ ମଞ୍ଚରେ ଗୀତସଂଗୀତ ର ଆସର ସାଙ୍ଗକୁ ବାଲିଯାତ୍ରା ର ଐତିହ୍ୟ ବଖାଣୁଛନ୍ତି ଆମନ୍ତ୍ରିତ ଅତିଥିମାନେ। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ପାରାଦ୍ୱୀପର ଶ୍ରମିକନେତା ଅରିନ୍ଦମ ସର୍କେଲ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଥିଲେ , ରଘୁନାଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ର । ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଲକ୍ଷ୍ମୀ ବେହେରା, ରିନାରାଣୀ ମଲିକ, ଶାନ୍ତିଲତା ଦ୍ବିବେଦୀ, ଅନ୍ତର୍ଯ୍ୟାମୀ ରାଉତ, ରବୀନ୍ଦ୍ର ରାଉଳ, ରବୀନ୍ଦ୍ର ସାହୁ । ଅତିଥି ପରିଚୟ ପ୍ରଦାନ କରିଥିଲେ ସମାଜସେବୀ ପ୍ରକାଶ ମଲ୍ଲିକ । ବାଲିଯାତ୍ରାର ସଭାପତି ତଥା ତିର୍ତ୍ତୋଲ ବିଧାୟକ ଡଃ.ରମାକାନ୍ତ ଭୋଇ ସଭା ପରିଚାଳନା କରିଥିବା ବେଳେ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ରବୀନ୍ଦ୍ର କୁମାର ସାହୁ । ବାଲିଯାତ୍ରା ର ମହାନ ଉଦ୍ଦେଶ୍ୟ ଓ ଏହାର ଐତିହ୍ୟ ବିଷୟରେ ଅତିଥିମାନେ ବେଶ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଆସ୍ଥାପନ କରିଥିବାର ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ରଘୁନାଥପୁର ବ୍ଲକ ରୁ ଅନେକ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା ।