March 12, 2026

ଆଇନଜୀବୀ ପିତବାସ ପଣ୍ଡାଙ୍କ ବିୟୋଗରେ ଶୋକସଭା ଓ କ୍ଯାଣ୍ଡଲ୍ ଶୋଭାଯାତ୍ରା 

IMG-20251008-WA0087
Share

ବୁଗୁଡା : ତା ୦୮/୧୦/୨୫ : ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ବିୟୋଗରେ ବୁଗୁଡା ଓକିଲ ସଂଘ ପକ୍ଷରୁ ଶୋକସଭା ଓ କ୍ଯାଣ୍ଡଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶୋକସଭା ଅବସରରେ ସ୍ବର୍ଗତ ପଣ୍ଡାଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରାଯାଇଥିଲା। ଏଥି ସହ ବରିଷ୍ଠ ଅଧିବକ୍ତା ପିତବାସ ପଣ୍ଡା କୁମାର ପୂର୍ଣ୍ଣିମା ଦିନ ଅଜଣା ଆତତାୟୀଙ୍କ ଗୁଳିମାଡର ଶିକାର ହେବା ଘଟଣାକୁ ତୀବ୍ର ନିନ୍ଦା କରି ପୁଣି ସନ୍ଧ୍ଯା ସମୟରେ ଓକିଲ ସଂଘର ସଦସ୍ୟଗଣ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ କ୍ଯାଣ୍ଡଲ୍ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପୂର୍ବକ ସ୍ବର୍ଗତ ପଣ୍ଡାଙ୍କ ସଦଗତି କାମନା କରିଥିଲେ।