March 10, 2026

ଓଡ଼ିଶା ପ୍ରଦେଶ କଂଗ୍ରେସ୍ କମିଟିର ସଂଗଠନ ସୃଜନ ଅଭିଯାନ

IMG-20250908-WA0054
Share

 

 

ବେଲଗୁଣ୍ଠା,୦୮/୦୯, କଂଗ୍ରେସ୍ ଦଳକୁ ତୃଣମୂଳ ସ୍ତରରୁ ଦୃଢ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ୍ କମିଟି ତରଫରୁ ସେପ୍ଟେମ୍ବର୍ ଏକ ତାରିଖ ଠାରୁ ଆରମ୍ଭ୍ ହୋଇଛି ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ I ଏହି କ୍ରମରେ ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପରିସରରେ ସଂଗଠନ ସୃଜନ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି I ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଏଆଇସିସି ସମ୍ପାଦକ ସଚିନ୍ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ୍ କମିଟି ଉପସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ସୋରଡା ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ, ପୂର୍ବତନ ଚେୟାରମ୍ୟାନ୍ ସୁଜାତା ମହାନ୍ତି, ନାଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ସମିତିସଭ୍ୟ ରାଜୀବ୍ ଲୋଚନ ନାଇକ,ବରିଷ୍ଠ କଂଗ୍ରେସ୍ ନେତା ନିକୁଞ୍ଜ ଖଣ୍ଡୁଆଳ,ବେଲଗୁଣ୍ଠା ବ୍ଳକ୍ ପର୍ଯ୍ୟବେକ୍ଷକ ବିଦ୍ୟାଧର ପ୍ରଧାନ, ବେଲଗୁଣ୍ଠା ସହରର

ବରିଷ୍ଠ କଂଗ୍ରେସ ନେତା ବାବୁଲି ବିନ୍ଧାଣୀରା,ଏ.ତ୍ରିପତୀ ପାତ୍ର, ସନ୍ତୋଷ କୁମାର ସାହୁ,ଅଵଦୁଲ୍ ରଜାକ୍,ବିଜୟ ଡାକୁଆ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ୍ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡ଼ିବା ସହିତ କଂଗ୍ରେସ୍ ର ବିଭିନ୍ନ କ୍ଷେତ୍ରର ସଭାପତି ଚୟନ ଉପରେ ଆଲୋଚନା କରିଥିଲେ I ଏହି ଅଭିଯାନ କଂଗ୍ରେସ୍ ର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହେବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ I ବୈଠକରେ ଉଭୟ ବେଲଗୁଣ୍ଠା ଏବଂ ସୋରଡା ବ୍ଳକ୍ ର ବହୁ କଂଗ୍ରେସ୍ କର୍ମୀ ଉପସ୍ଥିତ ଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ