October 5, 2024

ବ୍ଲକ୍ ସ୍ତରୀୟ ଏଫ୍ଏଲ୍ଏନ୍ ଶିକ୍ଷଣ ସାମଗ୍ରୀ କର୍ମଶାଳା 

Share

ବୁଗୁଡ଼ା : ତା ୦୮/୦୭/୨୪ : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଏଫ୍ଏଲ୍ଏନ୍ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ କର୍ମଶାଳାରେ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର , ଏବିଇଓ ଅମିତା କୁମାରୀ ପାଢୀ , ପ୍ରଶିକ୍ଷିକା ଗାୟତ୍ରୀ ସ୍ବାଇଁ , ବାଲିପଦର ସିଆରସିସି ବିଶ୍ବଜିତ୍ ପରିଡା , ମାଣିତରା କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ର , ତାଳସାକର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ , ଖରିଡା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ ପ୍ରମୁଖ ଯୋଗ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଭିତ୍ତିକ ଶିକ୍ଷଣ ସାମଗ୍ରୀ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଏଫ୍ଏଲ୍ଏନ୍ ସଂକ୍ରାନ୍ତରେ ଶିକ୍ଷଣ ଦକ୍ଷତା ବୃଦ୍ଧି , ଶିଶୁଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲରେ ଶିକ୍ଷକଙ୍କ ଭୂମିକା , ଅଭିଭାବକମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ , ଶିଶୁଙ୍କ ଭାଷା ଓ ଗାଣିତିକ ଜ୍ଞାନ ବୃଦ୍ଧି ନିମନ୍ତେ ଆବଶ୍ୟକୀୟ କୌଶଳ ପ୍ରୟୋଗ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଉକ୍ତ କର୍ମଶାଳାରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୧ଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ ।