October 6, 2024
Share

 

 

ବଡ଼ ଦାଣ୍ଡେ ଗଡ଼ିଲା ରଥ ।  ଗୋଟିଏ ଦିନରେ ନେତ୍ରୋତ୍ସବ ଏବଂ ରଥଯାତ୍ରା ପଡ଼ିଥିବାରୁ  ଆଜି ନୀତିକାନ୍ତି ବିଳମ୍ବ ହେବ ବୋଲି ଅନୁମାନ କରାଯାଉଥିଲା ହେଲେ ସବୁକିଛି ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ବାଦିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ  ରାଜ୍ୟର ମନ୍ତ୍ରିଗଣ ଏବଂ ବିରୋଧୀ ଦଳ ନେତା ଶ୍ରୀକ୍ଷେତ୍ରରେ ଉପସ୍ଥିତ ରହି ରଥଯାତ୍ରାରେ ସାମିଲ ହୋଇଥିଲେ। ।

 

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସବୁଠି ସୀମାହୀନ ଉତ୍ସାହ; ଅହମ୍ମଦାବାଦ ରଥଯାତ୍ରାରେ ସାମିଲ ହେଲେ ଗୃହମନ୍ତ୍ରୀ ଶାହ

 

ରେସଲିଂ ଦୁନିଆର ଅନ୍ୟତମ ମହାନ ରେସଲର ତଥା ଡବ୍ଲୁଡବ୍ଲୁଇ ସୁପରଷ୍ଟାର୍ ଜନ୍ ସିନ୍ ନିଜ ଅବସର ଘୋଷଣା କରିଛନ୍ତି । ୩ ଥର ଡବ୍ଲୁଡବ୍ଲୁଇ ୱାର୍ଲଡ ହେଭିୱେଟ୍ ଚାମ୍ପିୟନ ଏବଂ ୧୩ ଥର WWE ଟାଇଟଲ୍‌ ଜିତିଥିବା ଜନ୍ ସିନା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ୨୦୨୫ରୁ  WWEରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି ।

 

ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ  ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା  ।

 

ପବିତ୍ର ରଥଯାତ୍ରାରେ ବିରୋଧୀ ବିଜୁ ଜନତା ଦଳ ରାଜ୍ୟସ୍ତରୀୟ ପଦାଧିକାରୀ କମିଟିରେ ବଡ଼ ଧରଣର ଅଦଳ ବଦଳ କରିଛି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଭଙ୍ଗ କରିଛନ୍ତି । ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

 

ଗୁଗଲ ମ୍ୟାପ୍‌କୁ ଅଲବିଦା କହିଲା ଓଲା: ନିଜେ ବିକଶିତ କରିଥିବା ମ୍ୟାପ୍ ବ୍ୟବହାର କରିବ କମ୍ପାନୀ, ହେବ ୧୦୦ କୋଟି ସଞ୍ଚୟ ।

 

ଅଷ୍ଟ୍ରିଆ ଗସ୍ତରେ ଯିବେ ମୋଦୀ: ୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ ।

 

ଜୟ ଶାହଙ୍କ ଭବିଷ୍ୟତବାଣୀ- ରୋହିତଙ୍କ ନେତୃତ୍ଵରେ ଭାରତ ଜିତିବ ଆଉ ୨ଟି ଆଇସିସି ଟ୍ରଫି ।

 

କର୍ଣ୍ଣାଟକରେ ଘାରିଲାଣି ଡେଙ୍ଗୁ ଭୟ: ୭ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୬ ମୃତ୍ୟୁ ।

 

ଦ୍ୱିତୀୟ ଟି-୨୦ରେ ଭାରତର ଜୋରଦାର କମବ୍ୟାକ୍, ୧୦୦ ରନରେ ଜିମ୍ୱାୱେକୁ ହରାଇଲା ଟିମ୍ ଇଣ୍ଡିଆ; ସିରିଜ ୧-୧ରେ ବରାବର ।

 

ଜାମ୍ମୁରେ ସର୍ଚ୍ଚ ଅପରେସନ ଜୋରଦାର୍‌: ଏନକାଉଣ୍ଟରରେ ୬ ଆତଙ୍କୀ ନିପାତ ।

 

ଚଳିତ କୋପା ଆମେରିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ରବିବାର କ୍ବାର୍ଟରଫାଇନାଲ୍‌ରେ ୭ ଥର ବିଜେତା ଉରୁଗୁଏ ୪-୨ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ୬ ଥର ବିଜେତା ବ୍ରାଜିଲ୍‌କୁ ପରାସ୍ତ କରିଛି। ଗୁରୁବାର ସେମିଫାଇନାଲ୍‌ରେ ଏହି ଦଳ କଲମ୍ବିଆକୁ ଭେଟିବ।

 

ସଙ୍କଟ ଦେଇ ଗତି କରୁଥିବା ସଂସ୍ଥା ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ନିଜ ବର୍ତ୍ତମାନ ସଂଘର୍ଷ ବିଷୟରେ ଆଲୋଚନା କରିଛନ୍ତି। ପେଟିଏମ୍‌କୁ ସେ ନିଜ ଝିଅ ବୋଲି କହିଛନ୍ତି।

 

ସୁପ୍ରଭାତ ,ଶୁଭ ସକାଳ ।