ଖବର ଆଜିର
*ଖବର ଆଜିର
*
*ତାରିଖ ୦୮/୦୭/୨୦୨୩ ଶନିବାର*
*୧- ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଜଳିଗଲା ଓଡ଼ିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସର ତିନିଟି ବଗି । ହେଲେ ସୌଭାଗ୍ୟକୁ ଏତେ ବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ।*
*୨- ଟମାଟୋ ପରେ ଖାଉଟିଙ୍କୁ ଜିରା ଚଡ଼କ , ରେକର୍ଡ ଭାଙ୍ଗିଲା ଜିରା ଦର।।*
*୩- ବିକାଶକୁ ନେଇ ଶ୍ବେତପତ୍ର ଜାରି କରନ୍ତୁ ଓଡ଼ିଶା ସରକାର: ମନମୋହନ ସାମଲ।*
*୪- କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ବଳବତ୍ତର ରହିବ ତାଙ୍କ ରାଜ୍ୟସଭା ସାଂସଦ ପଦ।*
*୫- ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର, ଖର୍ଚ୍ଚ ହେବ ୧୮ କୋଟି ଟଙ୍କା।*
*୬- ଏବେ କୋର୍ଟରେ ହାଜର ହେବେ ବୃଜ ଭୂଷଣ, ମହିଳା ରେସ୍ଲରଙ୍କ ଅଭିଯୋଗ ଆଧାରରେ ଜାରି ହେଲା ସମନ।*
*୭- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୌକାର୍ପିତ ହୋଇଛି ନୂଆ ପୋର୍ଟାଲ।*
*୮- ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ମାମଲାରେ ୩ ଗିରଫ | ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି | ଗିରଫ ଅଭିଯୁକ୍ତମାନେ ହେଲେ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାର।*
*୯- ୫ ଦିନିଆ ସିବିଆଇ ରିମାଣ୍ଡରେ ତିନି ଅଭିଯୁକ୍ତ।*
*୧୦- କୋଏମ୍ବାଟୁରରେ ଡିଆଇଜିଙ୍କ ସହେନ୍ଦଜନ ମୃତ୍ୟୁ। ସୁରକ୍ଷାକର୍ମୀଙ୍କଠୁ ପିସ୍ତଲ ଆଣି ନିଜକୁ ମାରିଲେ ଗୁଳି।*
*୧୧- ମନୀଷ ସିସୋଦିଆ ଓ ତାଙ୍କ ପତ୍ନୀଙ୍କର ୫୨ କୋଟିର ସମ୍ପତ୍ତି ଜବତ କଲା ଇଡି।*
*୧୨- IPS ସ୍ତରରେ ଅଦଳବଦଳ, କ୍ରାଇମବ୍ରାଞ୍ଚ ଆଇଜି ହେଲେ ଶେଫିନ୍ ଅହମ୍ମଦ।*
*୧୩- ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର।*
*୧୪- ଯୁକ୍ତ୨ ନାମଲେଖା: ପ୍ରଥମ ଦିନରେ ନାମ ଲେଖାଇଲେ ୫୬ ହଜାର।*
*୧୫- ଏକା ଏକା ଧୋନିଙ୍କ ଜନ୍ମଦିନ କେକ୍ କାଟିଲେ ପନ୍ତ୍।*
*୧୬- ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତା: ପ୍ରି କ୍ବାର୍ଟରରେ ଆଜାରେଙ୍କା; ଅଧାରୁ ଓହରିଲେ ପାଉଲା, ମିଶ୍ରିତ ଯୁଗଳରେ ଖେଳିବେନି।*
*୧୭- ଅଜିତ ପୱାରଙ୍କ ନେତୃତ୍ବାଧୀନ ଏନ୍ସିପି କେନ୍ଦ୍ରର ଶାସକ ମେଣ୍ଟ ଏନ୍ଡିଏରେ ସାମିଲ ହେବାକୁ ଯାଉଛି । ଆସନ୍ତା ୧୮ ତାରିଖରେ ନୂଆଦିଲ୍ଲୀଠାରେ ପ୍ରସ୍ତାବିତ ଏନ୍ଡିଏ ବୈଠକରେ ଅଜିତ ଓ ସହଯୋଗୀ ପ୍ରଫୁଲ୍ ପଟେଲ ଯୋଗଦେବେ ବୋଲି ଘୋଷଣା କରିଛନ୍ତି।*
*୧୮- ବର୍ଷା ଯୋଗୁ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶର ୪୦ରୁ ଅଧିକ ଜୀବନ ଯାଇଛି। ୩୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି ବୋଲି ରାଜ୍ୟ ଜରୁରୀକାଳୀନ ସ୍ଥିତି ପରିଚାଳନା କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆୟାଇଛି।*
*୧୯- ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ବଡ଼ ଆଶ୍ବସ୍ତି, ରଦ୍ଦ ହେବନି ୩୨ ହଜାର ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି।*
*୨୦- ଦୀର୍ଘ ୭ ବର୍ଷ ପରେ ମାଇକ୍ରୋସଫ୍ଟ ଇଣ୍ଡିଆର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଆନନ୍ଦ ମାହେଶ୍ୱରୀ।*
*୨୧- ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ।*
. *🙏 ସୁପ୍ରଭାତ ,ଶୁଭ ସକାଳ 🙏*
