June 9, 2025

ସାନପାଟଣା ସିମା, ଫାଇବର ଡ଼ଙ୍ଗା ତିଆରି କରି ଚଳାଉଛନ୍ତି ପଚିଶ ପରିବାର l

Share


ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାନପାଟଣା ଗ୍ରାମର ଶିକ୍ଷିତ ଯୁବକ ସିମାଞ୍ଚଳ ବେହେରା ଏବଂ ତାଙ୍କ ସାନଭାଇ ସନ୍ତୋଷ ବେହେରା ପରିବେଶ ସୁରକ୍ଷା ନିମନ୍ତେ ମତ୍ସ୍ୟଜୀବି ମାନଙ୍କ ପାଇଁ କାଠରେ ଡ଼ଙ୍ଗା ତିଆରି ନକରି ଫାଇବର ଡ଼ଙ୍ଗା ତିଆରି କରି ମତ୍ସ୍ୟଜୀବି ଙ୍କୁ ସହାୟ ହେବା ସହିତ ପଚିଶିଟି ପରିବାର ଭରଣପୋଷଣ କରିବାରେ ସକ୍ଷମ ହୋଇ ପାରିଛନ୍ତି l ସିମାଞ୍ଚଳଙ୍କ କହିବାନୁସାରେ ତାଙ୍କ ଘର ଯେହେତୁ ଚିଲିକା କୂଳରେ ଏବଂ ତାଙ୍କ ଗ୍ରାମରେ ଶତକଡା ୯୦ଭାଗ ଲୋକ ହେଉଛନ୍ତି ମତ୍ସ୍ୟଜୀବି l ରାତି ପାହିଲେ ଚିଲିକାକୁ ଡ଼ଙ୍ଗା ନେଇ ମାଛ ମାରିବାକୁ ଯାଉଛନ୍ତି l କୃଷ୍ଣପ୍ରସାଦ ବ୍ଲକ ର ବିଭିନ୍ନ ଜାଗାରେ ମତ୍ସ୍ୟଜୀବିମାନଙ୍କ ପାଇଁ କାଠରେ ଡ଼ଙ୍ଗା ତିଆରି କରାଯାଇ ଅଧିକ ଦାମରେ ବିକ୍ରି କରାଯିବା ସହିତ ଜଙ୍ଗଲ କାଟି କାଠ ସଂଗ୍ରହ କରାଯାଉଛି ଯାହାଦ୍ୱାରା ପରିବେଶ ନଷ୍ଟ ହେଉଛି l ସିମାଞ୍ଚଳ ତାଙ୍କ ସାନଭାଇ ସନ୍ତୋଷଙ୍କ ସହିତ ଆଲୋଚନା କରି ଫାଇବର ଡ଼ଙ୍ଗା ତିଆରି କରିବାର ନିଷ୍ପତି ନେଇ ଫାଇବର ଡ଼ଙ୍ଗା ତିଆରି ଆରମ୍ଭ କରି ବର୍ତ୍ତମାନ ସରକାରୀ ଡ଼ଙ୍ଗା ଏବଂ ସାଧାରଣ ରେ ବିକ୍ରିପାଇଁ ଡ଼ଙ୍ଗା ତିଆରି କରି ବହୁତ କମ ଦାମରେ ଯୋଗାଇଦେବା ସହିତ ପଚିଶି ଜଣ କର୍ମଚାରୀଙ୍କୁ ନେଇ ଏହି ଡ଼ଙ୍ଗାତିଆରି କାରଖାନା ରେ କାର୍ଯ୍ୟ କରିବାର ସୁଯୋଗ ଦେଇ ପଚିଶିଟି ପରିବାର ର ଭରଣ ପୋଷଣ କରିବାରେ ସାହାଯ୍ୟ କରିପାରିଥିବାରୁ କୃଷ୍ଣପ୍ରସାଦ ଅଞ୍ଚଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ