June 8, 2025

ତିନି କୋଟି ତେୟାଅଶୀ ଲକ୍ଷ ଟଙ୍କା ର ସେମଳା ବ୍ରି୍ଜ ନିର୍ମାଣ କାହା ସ୍ୱାର୍ଥ ରେ,ତଦନ୍ତ ପାଇଁ ଦାବି କଲେ ଗ୍ରାମ ବାସି ..

Share

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତ ଅନ୍ତର୍ଗତ ସେମେଳା ଗ୍ରାମରେ ଆର ଡି ବିଭାଗ ଦ୍ୱାରା ଅତି ନିମ୍ନମାନର ବ୍ରି୍ଜ,ଗାର୍ଡ ୱାଲ ଏବଂ ଚାରି ସହ ମିଟର ଲେଖାଏଁ ଆପ୍ରୋଚ ରୋଡ କାମ ଚାଲୁ ଅଛି।କିନ୍ତୁ କୌଣସି

ଠିକାଦାରଙ୍କ ଦେଖା ମିଳୁନାହିଁ।ୱାର୍ଡ ସଭ୍ୟ ତ୍ରିପତି ନାୟକ ଙ୍କ ସମେତ କାଳିଆ ନାୟକ, ଯାଦବ ନାୟକ, ଧନ ସିଂ ନାୟକ, ସମାରୁ ପୂଜାରୀ, ଲକମୁ ସମରଥ ଏବଂ

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦେଓର୍ଲି ଠାରୁ ସେମଳା ଦେଇ ଭୁର୍ସି ଯିବା ରାସ୍ତା ର ଅବସ୍ଥା ବହୁ ଶୋଚନୀୟ ହୋଇ ପଡିଛି କିନ୍ତୁ କାହାରି ଦୃଷ୍ଟି ନାହିଁ। ଏହି ବ୍ରି୍ଜ ନିର୍ମାଣ କାମ ଚାଲୁ ରହିଛି

ନିମ୍ନମାନର ବାଲିରେ କାମ ହେଉଛି କୋଟି କୋଟି ଟଙ୍କାର କାମ କେବଳ ମିସ୍ତ୍ରୀ ଓ ଶ୍ରମିକ ମାନଙ୍କ ହାତକୁ ଟେକି ଦିଆଯାଇଛି।ସୂଚନା ଫଳକ ମଧ୍ୟ ନାହିଁ,ବାବୁ ମାନେ ସମସ୍ତେ

ଶିତତାପ ନିୟନ୍ତ୍ରିତ କୋଠରୀ ରେ ବସି ନଥି ପତ୍ରରେ ଚଲେଇଛନ୍ତି କାମ।କେହି ମଧ୍ୟ କାର୍ଯ୍ୟ ହେଉଥିବା ଅଞ୍ଚଳ ଗସ୍ତ କରୁ ନାହାନ୍ତି ସପ୍ତାହ କୁ ଥରେ ବ୍ଲକ କାର୍ଯ୍ୟାଳୟ କୁ ଆସି ଦସ୍ତଖତ ମାରି ଚାଲି ଯାଉଛନ୍ତି। ଯଦି ବାବୁ ମାନେ ସତର ଗୋଟି ପଞ୍ଚାୟତ ଗସ୍ତ କରି ଥାନ୍ତେ ତେବେ ରାସ୍ତା ଉନ୍ନତି ହୋଇଥାନ୍ତା। ଏହି ଆର ଡି ବିଭାଗ ଦ୍ୱାରା ନିର୍ମାଣ ବ୍ରି୍ଜ କୁ ଭିଜିଲାନ୍ସ ତଦନ୍ତ କରିବାର ଆବଶ୍ୟକ ରହିଛି ବୋଲି ପୂର୍ବତନ କାଉନସିଲର ଶ୍ରୀ ନରେନ୍ଦ୍ର ମାଝୀ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇନ୍ଦ୍ରା ବାସକି ଙ୍କୁ ଯୋଗାଯୋଗ କରିବାରୁ ମୁଁ କାମ ତଦାରଖ କରୁଛି।କୌଣସି ଅନିୟମିତତା ହୋଇନାହିଁ ବୋଲି ସୂଚନା ଦେଇଥିବା ବେଳେ କାମ କରୁଥିବା ଠିକାଦାର ରାମ ଚନ୍ଦ୍ର ମହାରଣା ସୂଚନା ଦେଇଛନ୍ତି ଯେ ତିନି କୋଟି ତେୟାଅଶୀ ଲକ୍ଷ ଟଙ୍କା ର କାମ ଦନ୍ତେୱାଡା ର ସନ୍ତୋଷ ମିଶ୍ର ଙ୍କ ନାମରେ ଟେଣ୍ଡର ହୋଇଛି।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ

ହସ୍ତକ୍ଷେପ କରି ସମ୍ପୃକ୍ତ ସଂସ୍ଥା ନାମ ରେ ଚାଲୁଥିବା କାମ କୁ ତଦନ୍ତ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି।

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed