June 8, 2025

ପରିବେଶ ପ୍ରଦୂଷଣ ରୋକିବା ଆମର ଦାୟିତ୍ୱ, ମୋବାଇଲ ର ସଦ ବିନିଯୋଗ କର ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

Share

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ସପ୍ତମ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ।ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ ” ପରିବେଶ ପ୍ରଦୂଷଣ ଓ ନିୟନ୍ତ୍ରଣ”ଉପରେ ପ୍ରଶିକ୍ଷଣ ଆରଂମ୍ଭ କରି ରାଜ୍ୟ ପ୍ର୍ରଦୂଷଣ ଓ ନିୟନ୍ତ୍ରଣ ବୋର୍ଡ଼ ର ସମ୍ବଲପୁର ଆଞ୍ଚଳିକ ଅଧିକାରୀ ଡ଼. ସତ୍ୟନାରାୟଣ ନନ୍ଦ ପ୍ରଦୂଷଣ ର ବିଭନ୍ନ ଦିଗ ଉପରେ ଆଲୋଚନା କରି ଜଳ,ବାୟୁ ଓ ମାଟି ପ୍ରଦୂଷଣ ର କାରଣ,ଭୟାବହତା ଓ ନିୟନ୍ତ୍ରଣ ଦିଗ ଉପରେ ବିଭିନ୍ନ ଉଦାହରଣ ସହ ବୁଝେଇ ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ।

 

ଦ୍ଵିତୀୟ ଅଧିବେଶନ ବିଜ୍ଞାନ ପ୍ରସଙ୍ଗ ଉପରେ ଆଲୋଚନା ଆରମ୍ଭ କରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର କମ୍ପୁଟର ବିଭାଗ ର ସହକାରୀ ଅଧ୍ୟପିକା ଡ଼. ସାଗରିକା ମିଶ୍ର ମୋବାଇଲ ର କାରିଗରୀ କୌଶଳ ଏହାର ଉପକରିତା ଓ ଅପକାରିତା ର ବିଭିନ୍ନ ଦିଗ ଉପରେ ଆଲୋଚନା ଯଥାସମ୍ଭବ ମୋବାଇଲ ରେ କଥାବାର୍ତ୍ତା, ଖବର ଆଦାନ ପ୍ରଦାନ,ସୋସିଆଲ ମିଡିଆ ଓ ସାଇବର କ୍ରାଇମ ରୁ ଆସୁଥିବା ନକଲି ପ୍ରସାର ପ୍ରତି ସାବଧାନ ହେବାକୁ ପିଲାଙ୍କୁ ବୁଝେଇ ଏସବୁ ଠାରୁ ଦୂରେଇ ରହି ଏହାର ସଦବ୍ୟବହାର ପାଇଁ ସଚେତନ କରିଥିଲେ। ପ୍ରାରମ୍ଭ ରୁ କାର୍ୟ୍ୟକ୍ରମ ର ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଣ୍ଡା ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ କରିବା ସହ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଏହି ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ଙ୍କ ଦ୍ଵାରା ପ୍ରଦତ୍ତ ସ୍କୁଲ ବେଗ ଓ ଲଇବ୍ରେରୀ ତରଫରୁ ଚିହ୍ନଟ କାର୍ଡ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଦାନ କରାଯାଇଥିଲା।ପ୍ରଶିକ୍ଷର୍ଥୀ ମାନଙ୍କ ମଧ୍ୟରୁ ଅବିନାଶ,ସିଦ୍ଧାନ୍ତ,ରୁଦ୍ରଅଂଶୁ, ପୂଜାରିଣୀ, ଗୌରବ ଓ ଆଦିତ୍ୟ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ସମ୍ପାଦକ ଶ୍ରୀ ରଘୁନାଥ ମିଶ୍ର,ପ୍ରୋ ସେବକ ତ୍ରିପାଠୀ, ଅର୍ଜୁନ ପଣ୍ଡା,ଇ.ସୁଶାନ୍ତ କୁମାର ଗୁରୁ ,ଡ଼. ଜୟଦେବ ମେହେର ଓ ପୃଥ୍ୱୀରାଜ ମିଶ୍ୱ ପ୍ରମୁଖ ଉପସ୍ଥିତ ଥିବାବେଳେ ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମ ରେ ୧୮ ଟି ବିଦ୍ୟାଳୟ ରୁ ୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

You may have missed