ପୁରୀଜିଲ୍ଲା ରେ ହକି ସମର କ୍ୟାମ୍ପ ର ଉଦଘାଟନୀ ଉର୍ତ୍ସବ ଧୂମଧାମ ର ସହିତ ଆରମ୍ଭ କରାଯାଇଛି …

Share

 

ପୁରୀ ଜିଲ୍ଲା ଜିଲ୍ଲାସ୍କୁଲ ଖେଳପଡିଆ ରେ ଜିଲ୍ଲା ସ୍ତରୀୟ ହକି ଅଭ୍ୟାସ କରାଯାଉଥିବା ବେଳେ ଟାଟା ଏବଂ ନାଭାଲ ସହଯୋଗରେ ସାରା ରାଜ୍ୟରେ ସମସ୍ତ ଜିଲ୍ଲାରେ ପନ୍ଦରଦିନ ଧରି ସମର କ୍ୟାମ୍ପ କାର୍ଯ୍ୟକ୍ରମ ଚାଲୁ ରହିଛି l ଆଜି ପୁରୀଜିଲ୍ଲା ସମର କ୍ୟାମ୍ପ ଉଦଘାଟନୀ ଉର୍ତ୍ସବ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ସମ୍ମାନିତ ଅତିଥିଭାବେ ପୁରୀଜିଲ୍ଲା ସ୍କୁଲର ଦାୟିତ୍ୱ ରେ ଥିବା ପ୍ରଧାନଶିକ୍ଷକ ବିଶ୍ୱଜିତ ବାନାର୍ଜୀ ଯୋଗଦାନ କରି ଏହି କାର୍ଯକ୍ରମ ର ଶୁଭ ଉଦଘାଟନ କରିବା ସହିତ ଖେଳାଳିମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ହକିର ଜିଲ୍ଲା ସଂଯୋଜକ ଗୋପାଳ ଚନ୍ଦ୍ର ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶିକ୍ଷକ ଗୌତମ କୁମାର ନାୟକ ଓ ରାଜୁ ଗୌଡ଼ ଖେଳାଳି ମାନଙ୍କୁ ନେଇ ସୁନ୍ଦର ଭାବରେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed