March 10, 2026

ଉମରକୋଟ ଠାରେ ଜ୍ୟୋତି କଳସ ରଥକୁ ବିଭିନ୍ନ ମନ୍ଦୀର ଠାରେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ…….

IMG-20250508-WA0033
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସାରା ବିଶ୍ବର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ ସମ୍ବାବନା ଗୁଡିକ ଫଳପ୍ରଦ କରିବା ପାଇଁ

ଶାନ୍ତିକୁଞ୍ଜ, ହରିଦ୍ଵାର ଜ୍ୟୋତି କଳସ ରଥକୁ ଉମରକୋଟ ସହରର ବିଭିନ୍ନ ମନ୍ଦିର ଠାରେ ଭକ୍ତ ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଉମରକୋଟ ସହର ଭାଲୁଗୁଡ଼ା ସାହି ଠାରେ ଥିବା ଶିବ ମନ୍ଦିରରୁ ଏହି ରଥ ବାହାରି ଡଙ୍ଗରିଗୁଡ଼ା କାଳୀ ମନ୍ଦିର, ତ୍ରିନାଥ ମନ୍ଦିର, ରାଧା କୃଷ୍ଣ ମନ୍ଦିର,

ଗୁଲିପାଟଣା ଶିବ ମନ୍ଦିର, କୁସୁମଗୁଡ଼ା ଶିବ ମନ୍ଦିର, ମାଁ ମଙ୍ଗଳା ମନ୍ଦିର, ହନୁମାନ ମନ୍ଦିର, ମାଁ ସନ୍ତଶୀ ମନ୍ଦିର, ମାଁ ପେଣ୍ଡ୍ର।ଣୀ ମନ୍ଦିର, ଝାଡେଶ୍ୱର ମନ୍ଦିର ଓ ରାମ ମନ୍ଦିର ପରିକ୍ରମା କରି ସନ୍ଧ୍ୟାରେ

ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲା। ସେଠାରେ ଶତାଧିକ ମହିଳାଙ୍କ ଉପସ୍ଥିତିରେ ଦୀପ ଯଜ୍ଞ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ର ମହିଳା ଗୋଷ୍ଠି ର ଶାନ୍ତିଲତା ସାହୁ, ଗୀତାଞ୍ଜଳି ଡାକୁଆ, ସ୍ୱାଗତିକା ପଟ୍ଟନାୟକ, ଜ୍ୟୋସ୍ନା କୁମାରୀ ନାୟକ, ଲିଲା ପଟ୍ଟନାୟକ, ସସ୍ମିତା ସାହୁ, ସଂଯୁକ୍ତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।