ଉମରକୋଟ ଠାରେ କିନ୍ନର ମାନଙ୍କ ଦ୍ଵାରା ଇଷ୍ଟ ଦେବୀ ବହୁଚରାମାତାଙ୍କ ପବିତ୍ର ପୂଜାପାଠ ଆୟୋଜିତ ହୋଇଥିଲା……..

Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ମାଟିରେ ଗୁରୁମା ଦେବୋଲିନା କିନ୍ନର ଙ୍କ

ତତ୍ତ୍ୱାବଧାନରେ ଆୟୋଜିତ କିନ୍ନର ଙ୍କ ଇଷ୍ଟ ଦେବୀ ବହୁଚରାମାତାଙ୍କ ପବିତ୍ର ପୂଜାପାଠ ସହ ଉଚ୍ଚାରଣ ହୋଇଥିଲା ମନ୍ତ୍ର ସାଜ ସଜ୍ଜା ହୋଇଥିଲା ପୂଜା ବ୍ରତ ଥାଳି। ନୂଆ ଶାଢି ପରିଧାନ କରି ବ୍ରତଧାରୀମାନେ ବସିଥିଲେ ପୂଜାରେ,ଆଉ ପୂଜା କରୁଥିଲେ ପୂଜକ। ହେଲେ ସବୁଠୁ ନିଆରା କଥା ଏଠି ବ୍ରତ ଧାରୀ ମାନେ ଥିଲେ ଜଣେ ଜଣେ କିନ୍ନର। ବହୁଚରା ମାତାଙ୍କ ପୂଜା ପାଇଁ ସ୍ଥାନୀୟ କିନ୍ନର ସଂଘର ସଦସ୍ୟ ମାନେ କଳସ ଶୋଭାଯାତ୍ରା କରି ଉମରକୋଟ ସ୍ଥିତ ଗୁଲିପାଟଣା ଶ୍ରୀ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେଶ୍ବର ମନ୍ଦିର ପ୍ରାଙ୍ଗଣ ଠାରେ ପହଞ୍ଚିଥିଲେ । ସେଠାରେ ହୋମ ଯଜ୍ଞ ର ଆୟୋଜନ କରାଯାଇଥିଲା । ରାଜ୍ୟ ତଥା ଜିଲ୍ଲାର ମଙ୍ଗଳ ନିମନ୍ତେ କିନ୍ନର ସମ୍ପ୍ରଦାୟ ଲୋକେ ଏହି ପୂଜା କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ କଳାହାଣ୍ଡି କିନ୍ନର ସଭାପତି କାମିନୀ ମା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ମାତ୍ରାରେ କିନ୍ନରଙ୍କ ସମାଗମ ଦେଖିବାକୁ ମିଳିଥିଲା I ୩ ଦିନ ଧରି ଆୟୋଜିତ ଉକ୍ତ ମାଙ୍ଗଳିକ କାର୍ଯ୍ୟକ୍ରମରେ ପ୍ରତିଦିନ ପ୍ରାୟ 5000 ଲୋକଙ୍କ ନିମନ୍ତେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ମା’ଙ୍କ ଆଶୀର୍ବାଦ ଲାଭ କରିବା ନିମନ୍ତେ ପ୍ରତିଦିନ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ସମଗ୍ର ଉମରକୋଟବାସୀ ଙ୍କ ର ପୂର୍ଣ୍ଣ ସହଯୋଗ ରହିଥିବା ସମ୍ପୂର୍ଣ୍ଣ ବାରି ହୋଇ ପଡୁଥିଲା lତେବେ କିନ୍ନର ସଂଘ ପକ୍ଷରୁ ଜଗତ ମଙ୍ଗଳ ନିମନ୍ତେ ଏହି ପୂଜା କୁ ଅତି ନିଷ୍ଠା ର ସହ ପାଳନ କରାଯାଉଥିବା ଉକ୍ତ ମାଙ୍ଗଳିକ କାର୍ଯ୍ୟରେ ଉମକୋଟ ବାସୀ ଙ୍କ ପୂର୍ଣ୍ଣ ସହଯୋଗ ରହିଥିବା ହେତୁ ଅଜସ୍ର ସାଧୁବାଦ ଜଣାଇଛନ୍ତି ରାଜ୍ୟ କିନ୍ନର ସଂଘ ର ସଭାପତି ସୁଇଟି ମା l ସମସ୍ତ ଙ୍କ ସାହାଯ୍ୟ ସ‌ହୋଯଗ ର ସହ ମହାଆଡମ୍ବରରେ ପାଳିତ ହୋଇ ଶାନ୍ତି ଶୃଙ୍ଖଳା ର ସହ ପୂଜା ସମାପନ ହୋଇଥିଲା।