March 10, 2026

ଶଙ୍ଖ ନାଦକୁ ଶୁଭ ମାନସୀ ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତା

cfe0f48f-98fd-4211-8954-9fcb954ce5b3
Share

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ମାନ୍ୟବର ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭାବମୂର୍ତ୍ତି ଲେକଙ୍କୁ ମନମୁଗ୍ଧକରିବା ସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଲୋକପ୍ରିୟତା ନିର୍ବାଚନ ପୂର୍ବରୁ ଦିନକୁ ଦିନ ବଢିବା ସହ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି l ଗତ କାଲି ଏହି ଏନଏସି ଅନ୍ତର୍ଗତ ୱାର୍ଡ ନ 8 ପୁଇଁତଳା ଗ୍ରାମର ଭାଜପାର ପୂର୍ବତ୍ତନ ନଗର ସଭାପତି ସୁଦାମ ଚରଣ ଜେନା ତାଙ୍କ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ l ଏହି ଅବସରରେ ଜୟଶ୍ରୀ ଛକ ସ୍ଥିତି ବିଜେଡି କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଗଞ୍ଜାମ ଏନଏସି ବିଜେଡି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା l ଜେନାଙ୍କ ନେତୃତ୍ୱରେ ପୁଇଁତଳା ଗ୍ରାମର ବିଶ୍ୱନାଥ ପଲାଇ, ବିକ୍ରମ ମହାରଣା, ସୁଶାନ୍ତ କୁମାର ତରାଇଙ୍କ ସମେତ ଦାମୋଦର ପୁର ଗ୍ରାମର କିଛି ବ୍ୟକ୍ତି ବିଜେପି ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ l ଭାଜପା ଛାଡ଼ି ନୂତନ ଭାବେ ବିଜେଡିରେ ମିଶିଥିବା ନେତା ଓ କର୍ମୀଙ୍କୁ ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର ବାରିକି,ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ,ନଗର ବିଜେଡି ସଭାପତି ରଙ୍କ ପଲାଇ, ପୂର୍ବତନ ଏନଏସି ଉପନଗରପାଳ ନୀଳାଞ୍ଚଳ ବାରିକି, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା ପ୍ରମୁଖ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ l ସୁଦାମ ଦଳରେ ମିଶିବା ପରେ ଗଞ୍ଜାମ ଏନଏସିର ଶକ୍ତି ବୃଦ୍ଧି ପରିବା ସହ ବହୂ ବ୍ୟବଧାନରେ ବିଜେଡି ବିଜୟ ଲାଭ କରିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ବ୍ୟକ୍ତ କରିଛନ୍ତି l ବିଜେଡିର ମିଶ୍ରଣ ପର୍ବ ବେଳେ କାଉନସିଲର ବୁଡୁ ସାହୁ, ରମେଶ ଦାସ,ଶିବରାମ ଜେନା, ଋତୁରାଜ ମହାପାତ୍ରଙ୍କ ସମେତ ଅନ୍ୟାନ ବିଜେଡି ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ l