September 29, 2024

ଗଞ୍ଜାମ ବ୍ଲକ ରେ ବିଜେଡିର ବିଶାଳ ଶୋଭାଯାତ୍ରା…. ବିଜେଡି ପାଇଁ ନିର୍ବାଚନ ପ୍ରଚାର କଲେ ବାବୁସାନ

Share

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ରେ ବିଜେଡିର ବିଶାଳ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଦେଖିବାକୁ ମିଳିଛି l ଏଥିରେ 50 ଉର୍ଦ୍ଧ କାର ଓ 200 ରୁ ଉର୍ଦ୍ଧ ବାଇକ ବୁଲି ନିର୍ବାଚନ ପ୍ରଚାରରେ ସାମିଲ ଥିବା ଲକ୍ଷ କରାଯାଇଥିଲା l ଏଥିରେ ବିଧାୟକ ପାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କ ପାଇଁ ଷ୍ଟାର ପ୍ରଚାରକ ଭାବେ ସିନେ ତାରକା ବାବୁସାନ ମହାନ୍ତି ବିଭିନ୍ନ ଗ୍ରାମ ପରିକ୍ରମା କରି ଯୋଡି ଶଙ୍ଖ ରେ ବ୍ରହ୍ମପୁର ସାଂସଦ ପାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ l ପାଳିବନ୍ଧ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନ ଙ୍କ ନେତୃତ୍ୱରେ ଏହି ନିର୍ବାଚନ ରାଲୀ ପାଳିବନ୍ଧ ପଞ୍ଚାୟତ ର ପୁରୁଣାବନ୍ଧ, ପାଳିବନ୍ଧ, ବିଞ୍ଚଣାପଲ୍ଲୀ, ସୂର୍ଯ୍ୟ ନାରାୟଣ ପୁର, ଗୋଖରକୁଦା, ଶଙ୍ଖ ନୂଆଗାଁ, ମୟୁରପଦା, ପୋଡ଼ମପେଟା ଓଡ଼ିଆରପି କଲୋନୀ, ନୀଳାଦ୍ରୀପୁର,କଣ୍ଟିଆଗଡ଼,ଖଟୁଆକୁଦା କାଇଁଚପୁର ପଞ୍ଚାୟତ ର ଝାଡକୁଦା ପ୍ରମୁଖ ଗ୍ରାମ ପରିକ୍ରମା କରାଯାଇଥିଲା l ପ୍ରତ୍ୟେକ ଗ୍ରାମ ମାନଙ୍କରେ ବାବୁସାନ ଓ ବିଧାୟକ ଶ୍ରୀ ବେହେରା ଙ୍କୁ ଉଚ୍ଛସ୍ବିତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l ବିଭିନ୍ନ ଗ୍ରାମରେ ବିଜେଡି ପ୍ରେମୀ ମାନେ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ, ସୁବାସ ବାବୁ ଜିନ୍ଦାବାଦ ନାରା ଦେଉଥିବା ଦେଖିବାକୁ ମିଳିଥିଲା l
ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଜିଲ୍ଲା ଯୁବ ସଭାପତି ଭବାନିକାନ୍ତ ସାହୁ , ଗଞ୍ଜାମ ବ୍ଲକ ଅଧକ୍ଷା ଶର୍ମିଷ୍ଟା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,ବ୍ଲକ ସଭାପତି ଇନ୍ଦ୍ରମଣି ଦଳେଇ, ବ୍ଲକ ସମ୍ପାଦକ ଉମା ଜେନା,ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ, ପୂର୍ବତନ
ସମିତିସଭ୍ୟ ଛାୟାକାନ୍ତ ପ୍ରଧାନ, ବ୍ଲକ ଛାତ୍ର ସଭାପତି ବାଦଲ ପ୍ରଧାନ,ଜିଲ୍ଲାଛାତ୍ର ଉପ ସଭାପତି ଲିଙ୍ଗରାଜ ମହାପାତ୍ର, ପୋଇରାଶି ସରପଞ୍ଚ ରବିନ୍ଦ୍ର ନାଥ ବେହେରା, ଗଞ୍ଜାମ ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ,ରଞ୍ଜିତ ପଲାଇ, ଖଟୁଆକୁଦା ଗ୍ରାମ୍ୟ ସଭାପତି ବୃନ୍ଦାବନ ପ୍ରଧାନ ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ବିଜେଡି କର୍ମି ନିର୍ବାଚନ ପ୍ରଚାର ରେ ସାମିଲ ହୋଇଥିଲେ l
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହୁମ୍ମା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ନିର୍ବାଚନ ପ୍ରଚାର କରାଯାଇଥିଲା l