ଜୟପୁର ଠାରେ ସୁଭଦ୍ରା ଶକ୍ତି ମେଳା ଓ ଆତ୍ମନିର୍ଭର ସ୍ୱଦେଶୀ ମେଳା ‘ ଉଦଘାଟିତ
୦୮/୦୩/୨୦୨୬ (ଗୁପ୍ତେଶ୍ୱର ରଥ) ପାରମ୍ପରିକ ହସ୍ତଶିଳ୍ପ , ହସ୍ତତନ୍ତ ଓ ଅନ୍ୟାନ୍ୟ ପ୍ରଚାର ସହିତ ସ୍ୱୟଂସହାୟକ ଗୋଷ୍ଠୀ, କାରିଗର ଓ ସ୍ଥାନୀୟ ଉଦ୍ୟୋଗୀମାନଙ୍କର ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଦଶହରା ପଡିଆଠାରେ ‘ ସୁଭଦ୍ରା ଶକ୍ତି ମେଳା ଓ ଆତ୍ମନିର୍ଭର ସ୍ୱଦେଶୀ ମେଳା ‘ ଉଦଘାଟିତ ହୋଇଯାଇଛି। ଏଥିସହ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ ସୁଭଦ୍ରା ଯୋଜନା’ର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
