March 10, 2026

କାଳିଆପାଟ ସାଂସ୍କୃତିକ ମଞ୍ଚ ର ଲଟେରୀ ଉଠାଣ

IMG-20260308-WA0071
Share

1- ଆରମ୍ଭ ହେଲା କାଳିଆପାଟ ମଂଚ ର ଲଟେରୀ ଉଠାଣ , 2- ଏପ୍ରିଲ୍ 28 ରୁ ଆରମ୍ଭ, ମେ 2 ରେ ଶେଷ, ୩- 5 ଦିନ ଧାରି ଚାଲିବ ଏହି ନାଟକ ପ୍ରତିଯୋଗିତା। ଆଜି କାଳିଆପାଟ ଯାତ୍ରା ପଡିଆ ରେ କାଳିଆପାଟ ସାଂସ୍କୃତିକ ମଞ୍ଚ ର ସଭାପତି ଜ୍ୟୋତି ରଞ୍ଜନ ସାମଲ ଓ କାର୍ଯ୍ୟକାରି ସଭାପତି ମନୋଜ ବେହେରା ଙ୍କ ନେତୃତ୍ବରେ ପ୍ରଥମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ର ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଲଟେରୀ ଉଠିଲା ଏପ୍ରିଲ୍ 28 ର ପ୍ରଥମ ନାଟକ, ରାଜଧାନୀ ରଙ୍ଗମଞ୍ଚ ଭୁବନେଶ୍ୱର ,(ଲୁହକୁ ପଚାର ଆଖିର କଥା) ଦ୍ୱିତୀୟ ଲେଟରି ନାଟକ ମଞ୍ଜ ମଞ୍ଜୁଳ ନାଟ୍ୟ କଳା ସଙ୍ଗଠନ,ଜଗତସିଂହପୁର, (ଏ ଆଖି କାନ୍ଦୁଛି ତୋରି ପାଇଁ) ତୃତୀୟ ଲେଟରୀ ନାଟକ, ମା ଲକ୍ଷ୍ମୀ ନାଟ୍ୟ ସଂସଦ କୁଆଖିଆ, ଚତୁର୍ଥ ଲଟେରି ନାଟକ, ମା ଭଟ୍ଟାରିକା ନାଟ୍ୟ ସଂସଦ ବଡମ୍ବା କଟକ, (କଟି କାଟି ଦବଲ୍ କଟି) ପଞ୍ଚମ ଲଟେରୀ ବା ଶେଷ ଦିନ ନାଟକ, ଓମ୍ ସାଇରାମ୍ ନାଟ୍ୟ ପରିଷଦ କେଶୁରା, ଭୁବନେଶ୍ୱର, (କାନ୍ଦେନା ଲୁହ ସରିଯିବ) ନାଟକ ପ୍ରତଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନାଟକ କୁ ପୁରସ୍କୃତ କାରାଯିବ ବୋଲି କହିଛନ୍ତି ସଭାପତି ଜ୍ୟୋତି ରଞ୍ଜନ ସାମଲ। (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର