ଉମରକୋଟ ଭାଜପା କାର୍ଯ୍ଯାଳୟ ଠାରେ ଶୋକ ସଭା

ଉମରକୋଟ ତା:-୭:୩:୨୦୨୬ (ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ଉମରକୋଟ ନଗର ମଣ୍ଡଳ କାର୍ଯ୍ଯାଳୟଠାରେ ଏକ ଶୋକ ସଭା କରାଯାଇଛି, ସ୍ମରଣ ଥାଉଯେ ଉମରକୋଟ ଭାଜପା ନଗର ମଣ୍ଡଳ ପଦାଧିକାରୀ କମିଟିର ସମ୍ପାଦକ ପଦରେ ଥିବା ଶ୍ରୀ ନୃସିଂହ ନାଥ ସାହୁ (ମୁନା ଭାଇ)ଙ୍କ ହୃଦଘାତ ରେ ଅକସ୍ମାତ ପରଲୋକ ଗମନ କରିଛନ୍ତି ନୂଆ ବସଷ୍ଟାଣ୍ଡ ସମୂଖରେ ତାଙ୍କ ବାସଗୃହ ନୃସିଂହ ନାଥ ଜଣେ ନିଷ୍ଠାବାନ, ସିଦ୍ଧାନ୍ତ ବାଦି, ଧର୍ମ ପରାୟଣ, ରାଷ୍ଟ୍ର ବାଦ ବିଚାର ବାନା କାର୍ଯ୍ଯକର୍ତ୍ତା ଥିଲେ। ତାଙ୍କ ଅକାଳ ବିୟଗରେ କାର୍ଯ୍ଯକର୍ତ୍ତା ମାହୋଲରେ ଶୋକର ବାତାବରଣ ଛାଇବା ସହ ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ଏହା କାର୍ଯ୍ଯକର୍ତ୍ତା ସହଜରେ ଭୁଲି ପାରିବେ ନାହିଁ ନୃସିଂହ ଭାଇ ପାର୍ଟିର ସମ୍ପାଦକ କାର୍ଯ୍ୟ ତୁଲାଇବା ସହ ଫେସ୍ ବୁକ୍, ଇଂସ୍ଟାଗ୍ରାମ, ୟୁଟ୍ୟୁବ, ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ରେ ସେ ବହୁତ ସକ୍ରୀୟ ଥିଲେ ତାଙ୍କର ଏହି ପ୍ରଦର୍ଶନକୁ କାର୍ଯ୍ଯକର୍ତ୍ତା ସହଜରେ ଭୁଲି ପାରୁନାହାଁନ୍ତି ତାଙ୍କର ଏହି ଅକାଳ ବିୟୋଗ ରେ ଆଜି ଅପରାହ୍ନ ରେ ଭାଜପା ନଗର ମଣ୍ଡଳ ତରଫରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା ଉକ୍ତ ସଭାରେ ନୃସିଂହ ନାଥ ଭାଇଙ୍କ ଫଟୋଚିତ୍ର ରେ ସମସ୍ତ କାର୍ଯ୍ଯକର୍ତ୍ତା ଧୁପ,ଦୀପ ଓ ଶ୍ରଦ୍ଧାଞୀଳୀ ଅର୍ପଣ କରି ଏକ ମିନିଟ ନୀରବ ପ୍ରାର୍ଥନା କରି ସମସ୍ତେ ସ୍ମୃତିଚାରଣ କରିଥିଲେ। ଏହି ଶୋକ ସଭାରେ ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢୀ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ରାମ ନାୟକ, ନଗରର ସଭାପତି ସନ୍ତୋଷ ଶର୍ମା,ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ପୂର୍ବତନ ନଗର ସଭାପତି ଗୋପିନାଥ ସାହୁ, ବାବୁଲା ସାହୁ, ପ୍ରଦୀପ ମିଶ୍ର, ସୁଦେବ ନନ୍ଦୀ, ସତ୍ଯ, ମିଲୁ, ହରପ୍ରସାଦ ପାଣିଗ୍ରାହୀ ,ଲୋକନାଥ ଭାଇ, ସାନ ଭାଇ, ମନ୍ଦିରା ନାୟକ, ମିନତି ପୋଇଟାଲ, ଜୟନ୍ତୀ, ଶ୍ରୀନୁ ଭାଇ ସନ୍ତୋଷ ଭାଇ ଏହି ଭଳି ନଗର ମଣ୍ଡଳ ର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।
