March 8, 2026
ajiro khabar
Share

 

୧-ଅଦିନିଆ ବର୍ଷାରେ ଭିଜିବ ଓଡ଼ିଶା; ଆଜିଠୁ ଆଗାମୀ ୩ଦିନ ଯାଏଁ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା; ୨୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

 

୨-ଭୁବନେଶ୍ୱର:ଆଜି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା; ନୂଆ ହିତାଧିକାରୀ ବି ପାଇବେ।

 

୩-ପାଣିରେ ବୁଡି ୩ ଦଶମ ଶ୍ରେଣୀ ଛାତ୍ର ମୃତ, ୩ ଛାତ୍ର କୋରାପୁଟ ନବୋଦୟ ବିଦ୍ୟାଳୟର।

 

୪-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ;ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହାସଲ ପରେ କଲେ ସାକ୍ଷାତ।

 

୫-ଭୁବନେଶ୍ୱର:ରାଜ୍ୟସଭା ୪ର୍ଥ ଆସନ ପାଖରେ ଲଟକିଛି କଣ୍ଟା, ଘନଘନ ଭେଟଘାଟ ସହ ଚାଲିଛି ରୁଦ୍ଧଦ୍ଵାର ବୈଠକ।

 

୬-ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଯୌନ ନିର୍ଯାତନା।

 

୭-ମାର୍ଶାଘାଇ:କୋଟିପତି ଯନ୍ତ୍ରୀଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଜବତ।

 

୮-ଦଶପଲ୍ଲା:ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମୁହାଁମୁହିଁ, ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ, ଛାତ୍ର ମୃତ୍ୟୁକୁ ନେଇ ଚାଲିଛି ବିବାଦ।

 

୯-ପୁରୀରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ : ଅଭିନେତୀ ପତ୍ନୀ ସୋଭିତା ଧୁଲିପାଲାଙ୍କ ସହ କଲେ ଜଗା ଦର୍ଶନ

 

୧୦-ଅପୂର୍ବା ସେବା ସମ୍ମାନ: ଡାକ୍ତର ଗିରିଜା ନନ୍ଦିନୀ କାନୁନଗୋ ଏବଂ ସାମାଜିକ କର୍ମୀ ଲିଲି ଜେନାମଣି ହେଲେ ସମ୍ମାନିତ।

 

୧୧-ଯୁଦ୍ଧ ପାଇଁ ତେଲ ସରିଯିବା ଗୁଜବ; ଯୋଗାଣ ମନ୍ତ୍ରୀ କହିଲେ, ଆମ ପାଖରେ ଅଛି ଯଥେଷ୍ଟ ତେଲ, ବିଭ୍ରାନ୍ତିକର ତଥ୍ୟ ଉପରେ କରନ୍ତୁ ନାହିଁ ବିଶ୍ୱାସ।

 

୧୨-ଭୁବନେଶ୍ୱର:ଅପରେସନ୍ ‘ସାଇବର କବଚ’ ମାଧ୍ୟମରେ ୩୨୮ ଜଣ ହେଲେଣି ଗିରଫ, ଯାଞ୍ଚ ହେଲା ୩୧,୪୯୮ ମୁଲ୍ ଆକାଉଣ୍ଟ।

 

୧୩-ତେଲେଙ୍ଗାନାରେ ମାଓ ସଂଗଠନକୁ ଏକ ବଡ଼ ଝଟକା; ୧୩୦ ଜଣ ମାଓବାଦୀ କଲେ ଆତ୍ମସମର୍ପଣ।

 

୧୪-ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଟିଏମସିର ସମର୍ଥନ।

 

୧୫-ଅହମଦାବାଦ:ବରୁଣ ନୁହେଁ, କୁଲଦୀପ ଖେଳିବେ ଫାଇନାଲ୍ ମ୍ୟାଚ୍ ! ପ୍ଲେଇଙ୍ଗ ଇଲେଭେନକୁ ନେଇ ଆସିଲା ବଡ଼ ଅପଡେଟ୍।

 

୧୬-ମମତା ବାନାର୍ଜୀଙ୍କ ଉପରେ ରାଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମଞ୍ଚ ଉପରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟଶୈଳୀକୁ କଲେ ନିନ୍ଦା।

 

୧୭-OMCରେ ଅନ୍ତର୍ଜାତୀୟ ମହିଳା ଦିବସ; ସର୍ଭାଇକାଲ୍ କର୍କଟ ଟିକାକରଣ ଅଭିଯାନ ସହ ପାଳନ ହେଲା ଉତ୍ସବ।

 

୧୮-ବାଲେନ ଶାହ ନେପାଳର ପ୍ରଧାନମନ୍ତ୍ରୀ ହେବା ନେଇ ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର, ପୁରୁଣା ରାଜନୈତିକ ଦଳଙ୍କ ଅବସ୍ଥା ଖରାପ।

 

୧୯-ଯୁଦ୍ଧ ବିଭୀଷିକା ମଧ୍ୟରେ ଇରାନରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୪.୪

 

୨୦-ଆମେରିକାକୁ ଝଟକା! ପ୍ରେଷ୍ଟୱିକ୍ ଏୟାରପୋର୍ଟକୁ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଉପଯୋଗ ହେବାକୁ ଦେବନି କହିଲା ସ୍କଟଲ୍ୟାଣ୍ଡ।