May 10, 2026

ଉମରକୋଟ ଓକିଲ ସଂଘ ନିର୍ବାଚନ, ନାମାଙ୍କନ ପତ୍ର ଦାଖଲ ଶେଷ, ନିର୍ବାଚନ ୨୯ ରେ…….

IMG-20250308-WA0043
Share

 

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଓକିଲ ସଂଘ ନିର୍ବାଚନ ପାଇଁ ପାର୍ଥି ମାନଙ୍କର ପାର୍ଥି ପତ୍ର ଦାଖଲ ର ଆଜି ଥିଲା ଶେଷ ଦିବସ। ୧୦୭ ଜଣ ଭୋଟର ଅଂଶ ଗ୍ରହଣ କରିବାକୁ ଯାଉଥିବା ଉମରକୋଟ ଓକିଲ ସଂଘ ନିର୍ବାଚନ ପାଇଁ ସଭାପତି ପଦବୀ ସକାଶେ ପ୍ରଶାନ୍ତ କୁମାର ସାହୁ ଓ ବିପିନ ହିଆଲ, ଉପ ସଭାପତି ପଦବୀ ସକାଶେ ବିଜୟ ଲତା ପାଣିଗ୍ରାହୀ ଓ ଭଗବାନ କଲ।ର, ସମ୍ପାଦକ ପଦବୀ ସକାଶେ ଶାନ୍ତନୁ କୁମାର ବାହିନୀପତି ଓ ସୁରେଶ କୁମାର ବେହେରା , ସହ ସମ୍ପାଦକ ପଦବୀ ସକାଶେ ସଞ୍ଜୟ କୁମାର ନାୟକ ଓ ସୁଧାଂଶୁ ସାଧୁ,କୋଷାଧ୍ୟକ୍ଷ ପଦବୀ ସକାଶେ ଜିତେନ୍ଦ୍ର କୁମାର ମହାନ୍ତି ପାର୍ଥୀ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର କୁମାର ପଟ୍ଟନାୟକ ଦାୟିତ୍ୱ ତୁଲାଉ ଥିବା ବେଳେ ତାଙ୍କୁ ସହୋଜଗ କରୁଛନ୍ତି ଆଇନଜୀବୀ ବିଜୟ କେତନ ସୁରେନ୍ଦ୍ର ସିଂ। ୮/୩/୨୫ ତାରିଖ ଦିନ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପାର୍ଥୀ ମାନଂକ ର ସୂଚୀ ପ୍ରକାଶନ ହେବା ସହ ୯/୩/୨୫ ଦିନ ପାର୍ଥି ମାନଙ୍କର ପାର୍ଥିତ୍ଵ ପତ୍ରକୁ ଯାଞ୍ଚ କରାଯିବ ଓ ୧୨/୩/୨୫ ତାରିଖ ଦିନ ପାର୍ଥି ମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ପାରିବେ ଓ ୨୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ଓ ସେହି ଦିନ ସନ୍ଧ୍ୟା ୪ ଟା ସମୟ ରେ ନିର୍ବାଚନ ଫଳ ଘୋଷଣା ହେବ।ଏଥିପାଇଁ ଉମରକୋଟ ସହରରେ ଚଳ ଚଞ୍ଚଳ ଆରମ୍ଭ ହେଇ ଯାଇଛି।