ଅସ୍ତରଙ୍ଗ ଅଞ୍ଚଳରେ ଜାଗର ପାଳିତ ….
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ଶୈବପୀଠ ମାନଙ୍କରେ ଜାଗର ପାଳିତ ହୋଇ ଯାଇ ଅଛି । ବଙ୍ଗୋପସାଗର ତଟ ରେ ଅବସ୍ଥିତ ବେଲେଶ୍ୱର,ଗୋମୁଖି କେଶବ,ଆଦି ଶୈବ ପିଠ ମାନଙ୍କରେ ବିଶେଷ ଗହଳି ଉନ ଦେଖିବାକୁ ମିଳିଥିବା ବେଳେ ଭକ୍ତ ମାନେ ଧାଡ଼ି ବାନ୍ଧି ଶିବ ଶଙ୍କର ଙ୍କୁ ଦର୍ଶନ କରିବା ସହ,ସନ୍ଧ୍ୟା ସମୟରେ ପୀଠ ପରିସରରେ ଦୀପ ଜାଳି ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଉଜାଗର ରହିଥିଲେ । ସେହିପରି ଟିମୋର ର ନୀଳକଣ୍ଠେଶ୍ଵର,ଜିଉନ୍ତି ର ଇସ୍ୱର ନାଥ, ଓଳିଂହା ର ଐଶାନେଶ୍ୱର,ଛୁରିଆନା ର ଘଣ୍ଟି ବେଲେଶ୍ୱର,ବାରଜଙ୍ଗା, ଗୁଡୁବଣାଇ ଓ ଅସ୍ତରଙ୍ଗ ମହାଦେବ ମନ୍ଦିର ମାନଙ୍କରେ ମହା ସମାରୋହରେ ଜାଗର ପାଳିତ ହୋଇ ଯାଇ ଅଛି । ସବୁ ମନ୍ଦିର ରେ ସ୍ଥାନୀୟ ଗ୍ରାମ ବାସୀ ଙ୍କ ପକ୍ଷରୁ ଅଷ୍ଠ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେବା ସହ,ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଅଛି । ସବୁ ଶୈବ ପୀଠ ମାନଙ୍କରେ ରାତ୍ର ୯ଘଟିକା ପରେ ମହାଦୀପ ଉଠିବ ବୋଲି ମନ୍ଦିର କମିଟି ପକ୍ଷରୁ ଜଣା ପଡ଼ିଛି ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)