November 22, 2024
Share

➡️୧-ଆଜି ଜାଗର, ଉତ୍ସବ ମୁଖର ସମସ୍ତ ଶୈବ ପୀଠ l ଭୁବନେଶ୍ୱରରେ ମହାଶିବରାତ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି l ଭିଡ଼ ଉପରେ ନଜର, ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ପୋଲିସ l

➡️୨-ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ୬,୪୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୩-ରାଜ୍ୟର ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ହେଲା ବୃଦ୍ଧି l ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l

➡️୪-ଏଲ୍‌ପିଜି ସିଲିଣ୍ଡର ଉପରେ ୩୦୦ ଟଙ୍କା ସବ୍‌ସିଡି ଅବଧିକୁ ୨୦୨୫ ପର୍ଯ୍ୟନ୍ତ ବଢାଇଲେ କେନ୍ଦ୍ର ସରକାର, ଡିଏ ବି ବଢ଼ିଲା l ଏବେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ମହିଳାମାନେ ସବସିଡିର ଲାଭ ପାଇବେ ।

➡️୫-କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪% ବଢିଲା ମହଙ୍ଗା ଭତ୍ତା l ୨୦୨୪ ଜାନୁଆରି ପହିଲାରୁ ପିଛିଲା ଭାବେ ଏହି ଡିଏ ବୃଦ୍ଧି ଲାଗୁ ହେବ । କର୍ମଚାରୀମାନେ ୩ ମାସର ଏରିଅର ପାଇବେ ।

➡️୬-ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କ ମାମଲାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଇଡିର ହେଲା ଚଢାଉ l ଓଡ଼ିଆ ଖବରକାଗଜ ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘର ଓ କାର୍ଯ୍ୟାଳୟର ୩ଟି ସ୍ଥାନରେ ଏକକାଳୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଚଢାଉ l

➡️୭-ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କଲେ ରାଜ୍ୟ ସରକାର l ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମିଳିବ ମାସିକ ଅଧିକ ଏକ ହଜାର ଟଙ୍କା l

➡️୮-୨୦୨୪-୨୫ ଋତୁ ପାଇଁ କଞ୍ଚା ଝୋଟ (ପୂର୍ବ ଟିଡି-୫ ଗ୍ରେଡ୍ ସହ ସମାନ ଟିଡିଏନ୍-୩)ର ଏମଏସପି କ୍ୱିଣ୍ଟାଲ ପିଛା ୫,୩୩୫/- ଟଙ୍କା ହେଲା ଧାର୍ଯ୍ୟ । ଏହା ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୬୪.୮ ପ୍ରତିଶତ ଅଧିକ ଲାଭ ସୁନିଶ୍ଚିତ କରିବ l

➡️୯-ଶ୍ରୀମନ୍ଦିରକୁ ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ନିର୍ମିତ ଅସ୍ଥାୟୀ ବ୍ୟାରିକେଡରେ ଅପ୍ରତ୍ୟାଶିତ ଭାବେ ଟଙ୍କା ଖର୍ଚ୍ଚ ହୋଇଥିବା RTI ସୂତ୍ରରୁ ମିଳିଲା ତଥ୍ୟ l RTI ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ କରାଯାଇଛି କୋଟିଏ ୬୦ ଲକ୍ଷ ଟଙ୍କା । ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯାଉଛି ।

➡️୧୦-୧୯୯୨ ବ୍ୟାଚ୍‌ର ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଲଳିତ ଦାସ ଓ ସପ୍ନା ତିୱାରୀଙ୍କୁ କରାଗଲା ଡିଜି ପାହ୍ୟାକୁ ପଦୋନ୍ନତି l ଲଳିତ ଦାସ ଏବେ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର ଶାଖା ‘ମାନବାଧିକାର ସୁରକ୍ଷା ସେଲ୍‌’ (HRPC) ଦାୟିତ୍ୱରେ ଅଛନ୍ତି।

➡️୧୧-ମେଣ୍ଟ ଆଲୋଚନା ପାଇଁ ଦିଲ୍ଲୀ ଗଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସ l ଆଜି ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବ ସହିତ ଆଲୋଚନା ହେବ l

➡️୧୨-ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ହାଇକୋର୍ଟଙ୍କ ହେଲେ ଦ୍ୱାରସ୍ଥ l

➡️୧୩-ପୁଣି ଗାଡ଼ିର ମୂଲ୍ୟ ବଢ଼ାଇଲା ଟାଟା ମୋଟୋର୍ସ। କମ୍ପାନୀ କମର୍ସିଆଲ ଭେଇକଲ ମୂଲ୍ୟରେ ୨ ପ୍ରତିଶତ କଲା ବୃଦ୍ଧି । ଏଣିକି ଏପ୍ରିଲ ପହିଲାରୁ ଗାଡ଼ିର ବିଭିନ୍ନ ଭ୍ୟାରିଏଣ୍ଟ ପାଇଁ ଅଲଗା ଅଲଗା ମୂଲ୍ୟ ଲାଗୁ ହେବ।

➡️୧୪-ମଦ ଦୁର୍ନୀତି ମାମଲାରେ କୋର୍ଟଙ୍କ ରାୟ: ମାର୍ଚ୍ଚ ୧୬ ରେ ହାଜର ହେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ଦେଲେ ଆଦେଶ l

➡️୧୫-ଗୁଗୁଲ୍ ଏଆଇ ଟେକ୍ନୋଲୋଜି ଚୋରି କରୁଥିବା ଅଭିଯୋଗରେ ଚୀନ ଇଞ୍ଜିନିୟର ଆମେରିକାରେ ହେଲା ଗିରଫ୍ l

➡️୧୬-ପାକିସ୍ତାନରେ ନୂଆ ସରକାର ହେବା ପରେ ଭାରତ ସହିତ ସମ୍ପର୍କ ସୁଧାରିବା ସମ୍ଭାବନାକୁ ନେଇ ହେଲା ଆଲୋଚନା l ଆମେରିକା କହିଛି ଯେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ସାର୍ଥକ ଓ ଶାନ୍ତିପୂର୍ଣ୍ଣ ସମ୍ବଦ୍ଧ ଦେଖିବାକୁ ଚାହୁଁଛି।

➡️୧୭-ଲଶ୍ମର-ଏ-ତୋଇବାର ସଦସ୍ୟ ମହମ୍ମଦ କାସିମ ଗୁଜ୍ଜରକୁ ୟୁଏପିଏ ଅନୁଯାୟୀ ଗୃହ ମନ୍ତ୍ରାଳୟ ଆତଙ୍କବାଦୀ କଲା ଘୋଷଣା l ମହମ୍ମଦ କାସିମ ଗୁଜ୍ଜର ବର୍ତ୍ତମାନ ଗୁଲାମ କଶ୍ମୀର (POK)ରେ ଅଛି।

➡️୧୮-କୁଲଦୀପ-ଅଶ୍ଵିନଙ୍କ ଜଲଓ୍ଵା ପରେ ଗର୍ଜିଲା ଓପନରଙ୍କ ବ୍ୟାଟ, ପ୍ରଥମ ଦିନରେ ଭାରତର ଦମଦାର ପ୍ରଦର୍ଶନ l ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଭାରତର ସ୍କୋର ୧ ୱିକେଟ୍ ହରାଇ ୧୩୫ ରନ୍ କରିଛି। ଏହିପରି ଟିମ୍ ଇଣ୍ଡିଆ ଇଂଲଣ୍ଡଠାରୁ ୮୩ ରନ୍ ପଛରେ ରହିଛି।

➡️୧୯-ଇଂଲଣ୍ଡ ବିପକ୍ଷ ବର୍ତ୍ତମାନର ଟେଷ୍ଟ ସିରିଜରେ ଇତିହାସ ରଚିଲେ ଯଶସ୍ବୀ ଜୟଶଓ୍ବାଲ l ଯଶସ୍ବୀ ଜୟସୱାଲ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ରନ କଲେ ପୂରଣ l ଏହା ସହ ଟେଷ୍ଟ କ୍ରିକେଟରେ ୧୦୦୦ ରନ ସ୍କୋର କରିବାରେ ଦ୍ରୁତତମ ଭାରତୀୟ ଖେଳାଳି ଭାବେ ଯଶସ୍ବୀ ଜୟସୱାଲ ହେଲେପ୍