ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଆଜି ଦିନ ଦୁଇଟାରେ ଭାବାନୀପାଟଣା – ରାୟଗଡ଼ା 6 ନଂ ରାଜ୍ୟ ରାଜପଥ ଖୁଣ୍ଟିବାଡ଼ି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି l ସୂଚନା ମୁତାବକ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ଅଧୀନରେ କାମ କରୁଥିବା ବାମନ କମ୍ପାନୀରେ ବିପିନ ଜେନା (49) ଓ ବିପିନ ସାହା (36) ନାମକ ଦୁଇଜଣ ବ୍ୟକ୍ତି କାମ କରୁଥିଲେ l ବିପିନ ଜେନାଙ୍କ ଘର ଥେରୁବାଲିରେ l ଆଜି ଦିନ ଦୁଇଟା ବେଳେ କାମ ସାରି ବିପିନ ଜେନା ନିଜ ଘର ଥେରୁବାଲି ଅଭିମୁଖେ ମୋଟର ସାଇକେଲ ଯୋଗେ ବିପିନ ସାହାଙ୍କୁ ସାଙ୍ଗରେ ନେଇ ଯାତ୍ରା କରିଥିଲେ l ସେମାନେ 6 ନଂ ରାଜ୍ୟ ରାଜପଥରେ ଗଲା ବେଳେ ଖୁଣ୍ଟିବାଡି ଛକ ନିକଟରେ ତୀବ୍ର ଗତିରେ ଆସୁଥିବା ଏକ ଅଜଣା କାର ସେମାନଙ୍କ ମୋଟରସାଇକେଲକୁ ଧକ୍କା ଦେଇ ଚାଲିଯାଇଥିଲା l ଫଳରେ ମୋଟର ସାଉକେଲ ରେ ବସିଥିବା ଉଭୟ ଆରୋହୀ ଛିଟିକି ରାସ୍ତା ଉପରେ ପଡିଯାଇଥିଲେ l ଆଘାତ ଅତି ସାଙ୍ଘାତିକ ଥିବା ଯୋଗୁଁ ବାଇକ ଚଳାଉଥିବା ବିପିନ ଜେନାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା l ତାଙ୍କର ଛାତିର ପଞ୍ଜରା ମଧ୍ୟ ଭାଙ୍ଗି ଯାଇଥିଲା l ତାଙ୍କ ସହିତ ବସିଥିବା ହାତ ଓ ଗୋଡ଼ ଭାଙ୍ଗି ଯାଇ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇଛି l ତାଙ୍କ ଘର ବ୍ରହ୍ମପୁର ବୋଲି ଜଣା ଯାଇଛି l ବିପିନ ଜେନାଙ୍କ ମୃତ ଶରୀରକୁ ଅମ୍ବାଦଲା ଥାନା ପୋଲିସ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି l ଗୁରୁତର ଆହତ ବିପିନ ସାହାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର