March 12, 2026

ତାରାତାରିଣୀ ସେବାୟତ ପ୍ରତିନିଧି ଙ୍କ ଝଙ୍କଡ଼ ଶାରଳାମନ୍ଦିର ପରିଦର୍ଶନ…

IMG-20260108-WA0102
Share

 

 

ତିର୍ତୋଲ ୦୮/୦୧/୨୦୨୬ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଗଞ୍ଜାମ ପୁରୁଷୋତ୍ତମପୁର, ଋଷିକୂଲ୍ୟା ନଦୀ କୂଳରେ ରତ୍ନଗିରି ପର୍ବତଶିଖର ରେ ପୂଜାପାଉଥିବା ମା ତାରାତାରିଣୀ ମନ୍ଦିର ର ମୁଖ୍ୟପୂଜକ ଧ୍ରୁବଚରଣ ରଣା ଙ୍କ ନେତୃତ୍ୱରେ ମାଆଙ୍କ ନିତ୍ୟସେବକ ତପନ କୁମାର ରଣା, ବିଷ୍ଣୁପ୍ରସାଦ ରଣା , ଦୁର୍ଗାଚରଣ ରଣା ମହେଶ୍ୱର ରଣା, ସରୋଜ କୁମାର ରଣା ଓ ଗଣେଶ ଚନ୍ଦ୍ର ରଣା ପ୍ରମ୍ମୁଖ ଏକ ସାତଜଣିଆ ସେବାୟତ ପ୍ରତିନିଧି ଦଳ ଗତ ଗୁରୁବାର ଦିନ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ମା ସାରଳା ଙ୍କ ପୀଠରେ ପହଞ୍ଚିଥିଲେ l ଏଠାରେ ସାରଳା ମନ୍ଦିରର ସେବାୟତ ମାନେ ସେମାନଙ୍କୁ ବେଢା ଭିତରକୁ ପାଛୋଟି ନେବାପରେ, ସେମାନେ ମାଆଙ୍କ ପୂଜାର୍ଚ୍ଚନା କରିବାପରେ ବେଢା ପରିକ୍ରମା କରିଥିଲେ l ତାରାତାରିଣୀ ପୀଠ ସହିତ ସାରଳାପୀଠ ର ସମ୍ପର୍କ କୁ ସୁଦୃଢ କରିବା ଲକ୍ଷ୍ୟନେଇ ତାଙ୍କର ଏହି ଗ୍ରସ୍ତକାର୍ଯ୍ୟକ୍ରମ ଜାରିରହିବ ବୋଲି ଦଳପତି ଧ୍ରୁବଚରଣ ରଣା ସୂଚନା ପ୍ରଦାନ କରିଥିଲେ l ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ବରିଷ୍ଠ ସେବାୟତ ତ୍ରିଲୋଚନ ରାଉଳ, ବିଶ୍ୱରଞ୍ଜନ ରାଉଳ, ଅଶୋକ କୁମାର ରାଉଳ ଓ ସୁଦାମ ଚରଣ ରାଉଳ ଙ୍କ ସମେତ ସମସ୍ତ ପଣ୍ଡା ସେବକ ଏହି ମହତ୍ତ୍ୱପୂର୍ଣ୍ଣ ଗ୍ରସ୍ତକାର୍ଯ୍ୟକ୍ରମ କୁ ବିପୁଳ ସ୍ୱାଗତ କରିବା ସହିତ ସେମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର, ପୁଷ୍ପମାଲ୍ୟ ଓ ପ୍ରସାଦ ଅର୍ପଣ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ପରେ ପରେ ଏହି ପ୍ରତିନିଧିଦଳ ବିଭୁତିକ୍ଷେତ୍ର ବାବା ଗୋରେଖନାଥ ଙ୍କ ମଠ ଓ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ଦର୍ଶନ କରି ଫେରିଯାଇଥିଲେ l