ଉମରକୋଟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ଵାରା ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଯାଇଛି l ଏହି ଅବସରରେ ନବରଙ୍ଗପୁର ଜିଲ୍ଲ ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡ। ଗ୍ରାମ ପଞ୍ଚାୟତର ଶିର।ଗୁଡା ପ୍ରାଥମିକ ବିଦ୍ୟାଳୟ ଠାରେ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣର ଏକ ବିରାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ l ଓଡ଼ିଶାର ମୋଟ ୧୧୮ଗୋଟି ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭାବେ ଚୟନ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ପ୍ରାୟ ନଅ ଗୋଟି ବିଦ୍ୟାଳୟ ମଧ୍ୟରୁ ଗୋଦାବରୀଶ ମିଶ୍ର ମାନ୍ୟତା ପ୍ରଦାନ କରି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଉମରକୋଟ ବ୍ଳକର ତିନିଗୋଟି ବିଦ୍ୟାଳୟ ତଥା ବଡ ଭରଣ୍ଡି ପଞ୍ଚାୟତ ର ସାନଭରଣ୍ଡି ବିଦ୍ୟାଳୟ ,ରାଜପୁର ପଞ୍ଚାୟତର ରାଜପୁର ଉଚ୍ଚ ବିଦ୍ୟାଳୟ, ସେହିପରି ମଧ୍ୟ ବେହେଡା ପଞ୍ଚାୟତର ଶିର।ଗୁଡ଼। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ରାମ ନାୟକ, ସମ୍ମାନିତ ଅତିଥି ଭାବେ ସୁଧୀର ପଣ୍ଡା, ହର ପାଣିଗ୍ରାହୀ,ଭବାନୀ ଶଙ୍କର ପଟନାୟକ, ବେହେଡ। ସରପଂଚ ସରପଞ୍ଚ ପ୍ରମିଳା ଗଣ୍ଡ, ସମିତି ସଭ୍ୟ ଜୟ ମଣି ଗଣ୍ଡ, ବିଦ୍ୟାଳୟ କମିଟି ସଭାପତି ପଦମ ଭତ୍ରା, ବିଜେପି ମଣ୍ଡଳ ସଭାପତି ବୈକୁଣ୍ଠ ଭତ୍ରା, ୱାର୍ଡ ମେମ୍ବର ମଙ୍ଗଳ ଭତ୍ରା। ସଭାରେ ସଭାପତିତ୍ଵ କରିଥିଲେ ପ୍ରଧାନ ଶିକ୍ଷକ ରାମ କୁମାର ମାଝୀ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବିରନାଥ ଗଣ୍ଡ, ପୂର୍ବତନ ସମିତି ମଙ୍ଗଳ ଗଣ୍ଡ , ସମାଜ ସେବୀ ମିଲୁ ପଣ୍ଡା,ଶଙ୍କର ମିସ୍ତ୍ରୀ,ସି.ଆର.ସି.ସି.ବିଷ୍ଣୁ ପ୍ରକାଶ ସାହୁ, ଶିବା ନନ୍ଦ ମାଠିଆ। ମଞ୍ଚ ପରିଚାଳନା କରିଥିଲେ ସି.ଆ.ର.ସିସି
ସମିର କୁମାର ଗନ୍ତାୟତ। ଏହାସହ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ମାନଙ୍କ ସହ ବହୁ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ସେହିପରି ସାନ ଭରଣ୍ଡି ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ଶ୍ରୀ ପ୍ରଭାତ କୁମାର ନାୟକ, ରାଜପୁର ବିଦ୍ୟାଳୟ ରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଭାବେ ଶ୍ରୀମତୀ ବାସନ୍ତୀ ମାଝୀ ଯୋଗ ଦେଇଥିଲେ l
