April 29, 2026

ଉମରକୋଟ ଭାସ୍କେଲ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ………

IMG-20260108-WA0077
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଭାସ୍କେଲ ଜଳ ସେଚନ ପ୍ରକଳ୍ପ ଦ୍ୱାରା ବିଭାଜନ କାର୍ଯ୍ୟାଳୟ ଠାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ – ୨୦୨୬ ପାଳିତ ହୋଇଯାଇଛି I ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରେଣୁକା ଠାକୁରଙ୍କ ସଭପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ ପଦ୍ମ ଚରଣ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ମୁଖ୍ୟ ବୈଜ୍ଞାନିକ ଡଃ ଶଶାଙ୍କ ଲେଙ୍କା, ବିଧାୟକ ପ୍ରତିନିଧି, ସାଂସଦ ପ୍ରତିନିଧି ରାମ ନାୟକ, ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ବିଦ୍ୟାଧର ଜେନା, ବରିଷ୍ଠ ସଦସ୍ୟ ପୂର୍ବତନ ନଗରପାଳ ଝାଡେଶ୍ୱର ମହାନ୍ତି, ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ନାୟକ, ବ୍ଲକ ମତ୍ସ୍ୟ ଅଧିକାରୀ ଦେବବ୍ରତ ମିତ୍ର ପ୍ରମୁଖ ଯୋଗଦେଇ ଚାଷୀ ମାନଙ୍କର ଉନ୍ନତି କଳ୍ପେ ଚାଷୀଙ୍କ ପାଖରେ କିପରି ସରକାରୀ ଯୋଜନା ଗୁଡିକ ସୁବିଧାରେ ଉପଲବ୍ଧ ହୋଇ ପାରିବ। ଚାଷୀ କିପରି ସରକାରଙ୍କ ଯୋଜନାର ସଫଳତା ପାଇପାରିବେ ସେହି ବିଷୟରେ ଚାଷୀ ମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ସରକାରଙ୍କ ଯୋଜନା ଗୁଡିକ ଚାଷୀମାନଙ୍କ ଅବଗତ ନିମନ୍ତେ ଏକ ସଚେତନତା ରଥ ପ୍ରତି ଗାଁକୁ ଯାଇ ଚାଷୀ ମାନଙ୍କୁ ସଚେତନ କରିବା ସହ ଚାଷୀ ମାନେ କିପରି ସିଧାସଳଖ ଅଧିକାରୀ ମାନଙ୍କ ସହ ଯୋଡିହେବେ ସେଥିପାଇଁ କାର୍ଯ୍ୟକ୍ରମରେ ଆରମ ହୋଇଛି ବୋଲି ସୂଚନା ଦିଆଯାଇଥିଲା। ଚାଷୀ ହେଉଛନ୍ତି ଦେଶ ର ଅନ୍ନ ଦାତା ତେଣୁ ସେମାନଙ୍କୁ ଅବହେଳା କରିବାକୁ ହେବ ନାହିଁ ସେଇଥିପାଇଁ ଚାଷିଙ୍କ ସୁବିଧା ନିମନ୍ତେ ବ୍ୟବସ୍ଥା କାରିବାକୁ ଚାଷୀ ପ୍ରତିନିଧି ପ୍ରକାଶ କରିଥିଲେ। ଏହି ଅବସରରେ ପାଣି ପଞ୍ଚାୟତ ତରଫରୁ ବିଭିନ୍ନ ସ୍କୁଲ ଗୁଡିକରେ ଆୟୋଜନ କରାଯାଇଥିବା ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଆସନ୍ତା ୧୫ ତାରିଖରେ ଜିଲ୍ଲା ସ୍ତରୀୟ ପକ୍ଷ ପାଳନ ହେବା ପାଇଁ ସ୍ଥିର ହୋଇଥିବା ସହକାରୀ ଯନ୍ତ୍ରୀ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଇଂ ଲକ୍ଷ୍ମୀ ନାରାୟଣ ସାହୁ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଯୋଗଦେଇଥିଲେ।