March 10, 2026

ଛତ୍ରପୁର ଠାରେ ୬୩ତମ ଜାତୀୟ ଗୃହରକ୍ଷୀ ବାହିନୀ ର ପ୍ରତିଷ୍ଠା ଦିବସ ପାଳିତ 

IMG-20251207-WA0119
Share

ଛତ୍ରପୁର, ତା. ୬ / ୧୨ (ଅରୁଣ କୁମାର ପଣ୍ଡା)୬୩ତମ ଜାତୀୟ ଗୃହରକ୍ଷୀ ବାହିନୀ ର ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।

ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା ଉତ୍ତୋଳନ କରି ଗୃହରକ୍ଷୀ ବାହିନୀ ର ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ ।

ଚଳିତବର୍ଷ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ନିୟୋଜିତ ୨୫ ଜଣ କୃତ୍ତିତ୍ଵ ଧାରୀ ଗୃହରକ୍ଷୀ ଙ୍କୁ ଗଞ୍ଜାମ ଏସପି ଶ୍ରୀ ପାତ୍ର ମାନପତ୍ର ସହ ପୁରସ୍କୃତ କରିଛନ୍ତି ।।

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସିମା ସ୍ବାଇଁ, ପ୍ରଶାନ୍ତ କୁମାର ଦାସ୍, ଚିନ୍ମୟ ନାୟକ, ହୋମ୍ ଗାର୍ଡ ଆସିଷ୍ଟାଣ୍ଟ- କମାଣ୍ଡଡେଣ୍ଟ କାଳୁ ଚରଣ ବେହେରା, ରିଜର୍ଭ ଇନିସପେକ୍ଟର ବିକାଶ ଚନ୍ଦ୍ର ସେନାପତି, ଏସଡିପିଓ ଚନ୍ଦନ ଘଡେ଼ଇ ପ୍ରମୁଖ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ଗଣ୍ୟମାନ୍ୟ ପଦାଧିକାରୀ ଯୋଗଦେଇ ଗୃହରକ୍ଷୀ ବାହିନୀ ଙ୍କୁ ସାଧୁବାଦ ଜଣାଇଛନ୍ତି ।