December 12, 2024

୩୨ ତମ ରାଜ୍ୟ ସ୍ତରୀୟ ସିନିୟର୍ ଥ୍ରୋ ବଲ୍ ଚାମ୍ପିଅନସିପ୍

Share

              ୩୨ ତମ ରାଜ୍ୟ ସ୍ତରୀୟ ଥ୍ରୋ ବଲ୍ ଚମ୍ପିୟାନସିପ୍ ର ଉଦ୍ ଘାଟନୀଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲା ସାଂସଦ ଡାକ୍ତର ସମ୍ବିତ କୁମାର ପାତ୍ର ଯୋଗଦାନ କରି ଆଗାମୀ ଦିନରେ ଥ୍ରୋ ବଲ୍ର କ୍ରୀଡାକ୍ଷେତ୍ରରେ କ୍ୟାଟୋଗୋରୀରେ ଉନ୍ନତି କରଣ କରିବା ସହ ଓଡ଼ିଶା ର କୋଣ ଅନୁକୋଣ ରେ କିଭଳି ଭାବରେ ଖେଳାଳି ମାନଙ୍କ ପାଖରେ ଆଧୁନିକ ଖେଳ ଉପକରଣ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ସହ ଜାତୀୟସ୍ତରରେ ଏହି ଖେଳ ର ଉନ୍ନତି କରଣ କରାଯିବା ଉପରେ ଗୁରୁତ୍ବ ଦିଆଯିବ ଏବଂ କେନ୍ଦ୍ର କ୍ରୀଡାମନ୍ତୀଙ୍କ ଦୃଷ୍ଟିକୁ ଅଣାଯିବ ତାଉପରେ ପ୍ରତିଶ୍ରୁତି ଦେଇଥିଲେ। ଏହା ଏସିଆନ୍ ଗେମ୍ ରେ ଥ୍ରୋବଲ ଖେଳକୁ ଅନ୍ତର୍ଭୁକ୍ତ ହୋଇପାରିବ ସେଥିପ୍ରତି ଦୃଷ୍ଟିନିକ୍ଷେପ କରିବା ପାଈଁ ଗୁରୁତ୍ୱାରୋପ କରିଛନ୍ତି । ବେଶ ଦୀର୍ଘ ସମୟ ଧରି ଡକ୍ଟର ପାତ୍ର ଉଦଘାଟନୀ ମ୍ୟାଚ୍ କୁ ଉପଭୋଗ କରିଥିଲେ। ଏହି ଅବସରରେ ବରିଷ୍ଠ ଶ୍ରୀମନ୍ଦିର ସେବକ ମଧୁସୂଦନ ସିଂହାରୀ, ଆଇନଜୀବୀ ଦିଗଦର୍ଶନ ପଟ୍ଟନାୟକ, ପୂର୍ବତନ କ୍ରୀଡା ପ୍ରଶାସକ ଓ କ୍ରୀଡା ସଂଗଠକ କୃଷ୍ଣଚନ୍ଦ୍ର ପଣ୍ଡା, ଓ କ୍ରୀଡା ସମୀକ୍ଷକ ତଥା ଥ୍ରୋବଲ ର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଦାସ, ମନୋଜ ବିଶୋଇ, ଓଡିଶା ଥ୍ରୋବଲ ଆସୋସିଏସନ ଉପସଭାପତି ମଧୁସୂଦନ ମିଶ୍ର, ସମ୍ପାଦକ ଜିତେନ୍ଦ୍ର ଦାସ ପ୍ରମୁଖ ଙ୍କ ଉପସ୍ଥିତରେ ମ୍ୟାଚ କରାଯାଇଥିଲା। ଏଥିରେ ରାଜ୍ୟର ୧୯ଟା ପୁରୁଷ ଦଳ, ୧୬ଟା ମହିଳା ଦଳ ଅଶଂଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ଭଲ ଓ ଉତ୍ତମ ଖେଳ ପ୍ରଦର୍ଶନ କରୁଥିବା ଖେଳାଲୀ ମାନେ ଜାତୀୟ ଚମ୍ପିୟାନସିପରେ ଅଶଂଗ୍ରହଣ କରିବେ। ପ୍ରଥମକରି ଆଧୁନିକ ଶୈଲୀରେ ପ୍ରସ୍ତୁତ ମ୍ୟାଟରେ ଖେଳାଲୀ ମାନେ ଖେଳୁଛନ୍ତି ଫଳରେ ଚଳିତ ନ୍ୟାସନାଲ ଚମ୍ପିୟାନସିପରେ ଭଳ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଓଗିଶା ଥ୍ରୋବଲ ଆସୋସିଏସନ ର ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ସେପଟେ ରାଜ୍ୟ ସିନିୟର ଥ୍ରୋବଲ ସମସ୍ତ ମ୍ୟାଚରୁ ଭଲ ଖେଳ ପ୍ରଦର୍ଶନ କରୁଥିବା ଖେଳାଲୀ ଙ୍କୁ ଚୟନ ପାଇଁ ୫ଜଣିଆ ଟିମ ଗଠନ କରାଯାଇଛି ତେଣୁ ଓଡିଶା ଦଳ ଭଲ ପ୍ରଦର୍ଶନ କରିବ। ଓଡିଶାଦଳ ବାରମ୍ବାର ମହିଳା ଓ ପୁରୁଷ ଦଳ ରନର୍ସ କପ ଜାତୀୟ ମ୍ୟାଚରେ ପାଇଛନ୍ତି ନିଶ୍ଚିତ ଚଳିତ ବର୍ଷ ଚମ୍ପିୟାନ ହେବା ପାଇଁ ପ୍ରୟାସ କରିବବୋଲି ଜାତୀୟ ସ୍ତରର ରେଫରୀ ଆଶା କରିଛନ୍ତି । ସେପଟେ ଓଡିଶାର ପ୍ରତିଟି ଜିଲ୍ଲାରେ ଥ୍ରୋବଲ ବହୁଳ ପ୍ରସାରିତ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କର ପ୍ରୋତ୍ସାହନ ର ଆବଶ୍ୟକତା ରହିଛି ଏବଂ ବିଦ୍ୟାଳୟ ସ୍ତରରୁ ଏହି ଖେଳକୁ ପ୍ରୌତ୍ସହନ ଦେବଦ୍ବାରା ତୃଣମୂଳସ୍ତରରେ ଖେଳର ବିକାଶ ହେବ ବୋଲି ଓଡିଶା ଥ୍ରୋବଲ ଆସୋସିଏସନ ର ଉପସଭାପତି ମଧୁସୂଦନ ମିଶ୍ର ଗୁରୁତ୍ୱରୋପ କରିଛନ୍ତି। ଆସନ୍ତା କାଲି ମ୍ୟାଚ୍ ର ଉଦଯାପନୀ ଉତ୍ସବ ସମୟରେ ମାନ୍ୟବର କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ବିଜେତା ଙ୍କୁ ଟ୍ରଫି ପ୍ରଦାନ କରିବେ ବୋଲି ଆମେ ଓଡିଶା ଥ୍ରୋବଲ ଆସୋସିଏସନ ର ସମ୍ପାଦକ ପ୍ରକାଶ କରିଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ