ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିଵସ ପାଳନ ତା 7,12,2024, ମହାତ୍ମାଗାନ୍ଧିଙ୍କ ୯୮ ତମ ଗୋବରା ପଦାର୍ପଣ ଦିଵସ ବଡ଼ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି
ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିଵସ ପାଳନ ତା 7,12,2024, ମହାତ୍ମାଗାନ୍ଧିଙ୍କ ୯୮ ତମ ଗୋବରା ପଦାର୍ପଣ ଦିଵସ ବଡ଼ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗୋବରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସକୁ ପ୍ରତିବର୍ଷ ଗୋବରାରେ ପାଳନ କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ତଥା ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ଉଦଘାଟକ ଭାବେ ଯୋଗଦେଇ ଥିବା ବେଳେ ଗୋପାଳପୁରର ତଥା ଗଞ୍ଜାମ ଜିଲ୍ଲାର ସୁଲେଖକ ତଥା ଶିକ୍ଷାବିତ୍ ସରୋଜ କାନ୍ତ ରଥ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ଲିଙ୍ଗରାଜ ଜେନା, ବିଶିଷ୍ଟ ଲେଖିକା ବନ୍ଦନା ମହାପାତ୍ର, ପ୍ରମିଳା ପାଣି, ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ସମାଜସେବୀ ଶୂଳପାଣି ଶତପଥି, ଗୌରୀ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଆୟୋଜକ-ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦ ଗୋବରାର ଏହି ମହତ୍ ଉଦ୍ଦେଶ୍ୟ ଆଧାରିତ କାର୍ଯ୍ୟାବଳୀକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଗୋବରା ମୁଖ୍ୟ ରାସ୍ତାରେ ଥିବା ’ଗୋବରା ଗାନ୍ଧୀ’ ବାଞ୍ଛାନିଧି ପଟ୍ଟନାୟକ ଏବଂ ‘ଜାତିର ପିତା’ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଶିଷ୍ଟ ଲେଖକ ଗୋପାଳ ଚନ୍ଦ୍ର ଲେଙ୍କାଙ୍କ “ଗୋବରାରେ ଗାନ୍ଧିଜୀ” ପୁସ୍ତକ ଏବଂ ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ସୋମନାଥ ପଣ୍ଡାଙ୍କ ପୁସ୍ତକ “ଝରଣା” ମୁଖ୍ୟ ଅତିଥି ଡ଼ାଃ ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ଡ଼ାଃ ପଣ୍ଡା ବିଦ୍ୟାଳୟର ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦେଇ
ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ