ଶିଶୁ ମନ୍ଦିର ର ୨୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ..
ବୁଗୁଡା( ହର ପ୍ରସାଦ ପାଢ଼ୀ)ସ୍ଥାନୀୟ ସରସ୍ବତୀ ଶିଶୁ
ବିଦ୍ୟା ମନ୍ଦିରର ୨୭ ତମ ବାର୍ଷିକ କ୍ରୀଡା ସମାରୋହ ଉଦଘାଟିତ
ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ବାର୍ଷିକ କ୍ରୀଡା ସମାରୋହର
ଉଦଘାଟନୀ ଉତ୍ସବ ଅବସରରେ କ୍ରୀଡା ଜ୍ଯୋତି ପ୍ରତିଯୋଗୀଙ୍କ ଦ୍ବାରା ବଳଦେବ ମନ୍ଦିରରୁ ଅଣାଯାଇ କ୍ରୀଡା ସ୍ଥଳରେ ପହଞ୍ଚିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବି.ଗୋପାଳ ପାତ୍ର ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀ ଓ ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।କ୍ରୀଡା ପ୍ରତିଯୋଗିତା କାଳରେ ସଦଭାବନା ରକ୍ଷା ନିମନ୍ତେ ପ୍ରତିଯୋଗୀଙ୍କ ସାମୁହିକ ଶପଥ ପାଠ ପରେ ଶିଶୁ ବାଟିକା,କନିଷ୍ଠ ବର୍ଗ,ବାଲ ବର୍ଗ ଓ କିଶୋର ବର୍ଗର ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ , ଗୁଳା ଫିଙ୍ଗା, ଥାଳିଆ ଫିଙ୍ଗା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଧାନାଚାର୍ଯ୍ୟ ଆଟଲ ଲିଙ୍ଗରାଜଙ୍କ ତତ୍ତ୍ବାବଧାନରେ ଆୟୋଜିତ ପ୍ରତିଯୋଗିତା ଗୁଡିକୁ କ୍ରୀଡା ପ୍ରମୁଖ ଗୁରୁଜୀ ଲଡୁ କିଶୋର ନାୟକ ପରିଚାଳନା କରିଥିବା ବେଳେ ନିର୍ଣ୍ଣାୟକ ଭାବେ ନିୟୋଜିତ ଗୁରୁଜୀ ଓ ଗୁରୁମା ପ୍ରମୁଖ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ।ଆଗାମୀ ଉଦଯାପନୀ ଉତ୍ସବ ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ନେଇ ଶିଶୁ ମନ୍ଦିର ପକ୍ଷରୁ ସୂଚନା ପ୍ରକାଶ ପାଇଛି ।