ଉମରକୋଟ ର ବରିଷ୍ଠ ଆଇନଜୀବିଙ୍କ ପରଲୋକ………
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ବରିଷ୍ଠ ଆଇନଜିବି ବାଳକୃଷ୍ଣ ପାତ୍ରଙ୍କ ବୁଧବାର ସନ୍ଧ୍ୟାରେ ବିଶାଖାପାଟଣା ସ୍ଥିତ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ଏହି ଖବରପାଇ ଉମରକୋଟ ସହର ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା। ସ୍ବର୍ଗତ ପାତ୍ର କଛିଦିନ ହେଲା ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧିନ ଥିଲେ। ୫/୧୧/୨୦୨୫ ବୁଧବାର ରାତି ପ୍ରାୟ ୧୦ ଟା ସମୟ ରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସ୍ବର୍ଗତ ପାତ୍ର ସମଗ୍ର ଜିଲ୍ଲାର ଜଣେ ଆଦର୍ଶ ତଥା ବରିଷ୍ଠ ଦକ୍ଷ ଓକିଲ ଭାବେ ବେଶ ପରିଚିତ ଥିଲେ । ପ୍ରକାଶ ଯେ, ସ୍ବର୍ଗତ ପାତ୍ର ଉମରକୋଟ ଜୁଡ଼ିସିଆଲ କୋର୍ଟ ରେ ଦୀର୍ଘ ବର୍ଷ ଧରି ଦକ୍ଷ ଓକିଲାତି କରିବା ସହ ଜଣେ ଧର୍ମ ପାରାୟଣ, ପରୋପକାରୀ, ମିଷ୍ଟଭାଷୀ, ସ୍ୱଷ୍ଟବାଦୀ, ଓ ପ୍ରକୃତି ପ୍ରେମୀ ତଥା ମେଳାପୀ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଏହି ମୃତ୍ୟୁ ଖବର ପାଇବା ପରେ ପୁଅ, ଝିଅ,ବନ୍ଧୁ ବାନ୍ଧବ, ଆତ୍ମୀୟସ୍ୱଜନ ଏବଂ ଓକିଲ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍ ଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
